କେବିସିରେ ଅମିତାଭ ବଚ୍ଚନଙ୍କ “କମ୍ପ୍ୟୁଟର ଜୀ” ଉପରୁ ଉଠିଲା ପରଦା ! ଆସନ୍ତୁ ଜାଣିବା କ’ଣ ଥାଏ ଏହି କମ୍ପ୍ୟୁଟର ପରଦାରେ ।

କେବିସିରେ ଅମିତାଭ ବଚ୍ଚନଙ୍କ “କମ୍ପ୍ୟୁଟର ଜୀ” ଉପରୁ ଉଠିଲା ପରଦା ! ଆସନ୍ତୁ ଜାଣିବା କ’ଣ ଥାଏ ଏହି କମ୍ପ୍ୟୁଟର ପରଦାରେ  ।

ଟି.ଭିରେ ଅନେକ ପ୍ରକାରର ରିୟଲିଟି ଶୋ’ ପ୍ରସାରିତ ହୁଏ । ଯାହାକୁ ବଲିଉଡର ଲୋକପ୍ରିୟ କଳାକାର ହୋଷ୍ଟ୍ କରିଥାନ୍ତି । ଏହି ରିୟଲିଟି ଶୋ’ମଧ୍ୟରେ କୁଇଜ୍ ଶୋ’ ମଧ୍ୟ ପ୍ରସାରିତ ହୋଇଥାଏ,ଏହି ଶୋ’ରେ ଜିତିବା ପରେ ଆକର୍ଷଣୀୟ ପୁରଷ୍କାର ସମେତ ଧନରାଶୀ ଜିତିବାର ମଧ୍ୟ ସୁଯୋଗ ମିଳିଥାଏ । ଯଦି ଆପଣ ବେଷ୍ଟ୍ କୁଇଜ୍ ଶୋ’ର ସନ୍ଧାନ କରୁଛନ୍ତି ତେବେ ସୋନି ଟିଭିରେ ପ୍ରସାରିତ ହେଉଥିବା କୌନ୍ ବନେଗା କରୋଡପତି (କେବିସି) ଏଥିରେ ପ୍ରଥମ ସ୍ଥାନରେ ଆସିଥାଏ । ଏହି ଶୋ’ରେ ହୋଷ୍ଟ୍ କରିବାର ଦାୟିତ୍ୱ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ହାତରେ ରହିଛି । ଶୋ’ ଦେଖିବାକୁ ଯେତିକି ଭଲଲାଗେ ଏହାକୁ ଖେଳିବାରେ ସେତିକି ବୁଦ୍ଧିପ୍ରୟୋଗ କରିବାକୁ ପଡେ । ତେବେ ବେଳେବେଳେ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ଯେ ଅମିତାଭ ଯେଉଁ ପ୍ରଶ୍ନ ପଚାରିଥାନ୍ତି ସେହି ପ୍ରଶ୍ନ କ’ଣ ତାଙ୍କୁ ପୂର୍ବରୁ କୁହାଯାଇଥାଏ? ଅମିତାଭଙ୍କ ଯେଉଁ କମ୍ପ୍ୟୁଟର ସ୍କ୍ରୀନ୍ ଦେଖିଥାନ୍ତି ଏହା କ’ଣ ଖେଳାଳୀ କମ୍ପ୍ୟୁଟର ଠାରୁ ଅଲଗା ହୋଇଥାଏ?

publive-image

ଏଭଳି ପ୍ରଶ୍ନ ଯଦି ଆପଣଙ୍କ ମନରେ ଆସୁଛି ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତା ଦେବାକୁ ଯାଉଛୁ । ହଁ ଏହା ସତ ଯେ ଅମିତାଭଙ୍କ କମ୍ପ୍ୟୁଟର ଏବଂ ଖେଳାଳୀ କମ୍ପ୍ୟୁଟର ମଧ୍ୟରେ ତଫାତ୍ ଥାଏ । ଖେଳାଳୀ କମ୍ପ୍ୟୁଟରରେ କେବଳ ପ୍ରଶ୍ନ ଦେଖାଯାଇଥାଏ କିନ୍ତୁ ଅମିତାଭ ବଚ୍ଚନଙ୍କ କମ୍ପ୍ୟୁଟରରେ ପ୍ରଶ୍ନ ସହ ଉତ୍ତର ଏବଂ ଅନେକ ଫେସିଲିଟି ଥାଏ । ଯେଭଳି କମ୍ପ୍ୟୁଟର ସ୍କ୍ରୀନର କଣ୍ଟେଟ୍ ବଦଳାଇବା ଭଳି ସୁବିଧା,ଲାଇଫ୍ ଲାଇନର ସମ୍ପୁର୍ଣ୍ଣ ବିବରଣୀ,ଫ୍ରେଣ୍ଡ ଲାଇଫ୍ ଲାଇନ୍ ସମୟରେ ଉକ୍ତ ବ୍ୟକ୍ତିଙ୍କ ସଂପର୍କରେ ସମ୍ପୁର୍ଣ୍ଣ ବିବରଣୀ,ଖେଳାଳୀଙ୍କ ନାଁ,ଠିକଣା ଏମିତିକି ସାଙ୍ଗ ତଥା ସଂପର୍କୀୟଙ୍କ ବିବରଣୀ ମଧ୍ୟ ଜାଣିବାରେ ସକ୍ଷମ ହୋଇଥାନ୍ତି । ତେବେ ଏହାର ସମ୍ପୁର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ଦେଖାଗଲେ ମଧ୍ୟ ଟି.ଭିରେ ଦେଖାଯାଏ ନାହିଁ । ଖେଳାଳୀ ଫୋନ୍ ଅଫ୍ ଫ୍ରେଣ୍ଡର ସାହାଯ୍ୟ ନେଲାବେଳେ ଅମିତାଭଙ୍କ ସ୍କ୍ରୀନରେ ବ୍ୟକ୍ତିଙ୍କ ବାୟୋଡାଟା ସବୁ ଆସିଯାଇଥାଏ ।

publive-image

ଅମିତାଭ ଏବଂ ତାଙ୍କ ହଟସିଟ୍ ମଧ୍ୟରେ ଫାଷ୍ଟ୍ ଫିଙ୍ଗର ସିଷ୍ଟମ କନେକ୍ଟ ହୋଇଥାଏ । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଅଭିନବ ପାଣ୍ଡେ ନାମକ ଜଣେ ସୋସିଆଲ୍ ସାଇଟ୍ ୟୁଜର ନିଜ ଆକାଉଣ୍ଟରେ ସେୟାର କରିଥିଲେ । ସେ ପୂର୍ବରୁ କୌନ୍ ବନେଗା କରୋଡପତି ରେ ଖେଳି ମଧ୍ୟ ସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe