ଆଜିର ସ୍ମାର୍ଟ ଜମାନାରେ ସ୍ମାର୍ଟଫୋନ୍ ଏବଂ ମୋବାଇଲକୁ ଲୋକ ସବୁକିଛି ଭାବୁଛନ୍ତି । ବ୍ୟସ୍ତ ନଥିଲେ ମଧ୍ୟ ବ୍ୟସ୍ତତା ଆଡକୁ ଟାଣି ନେଉଛି ଏହି ସ୍ମାର୍ଟ ଗ୍ୟାଜେଟ୍ । ରାସ୍ତାଘାଟ,ସ୍କୁଲ-କଲେଜ୍ , ଅଫିସ୍-ଘର ଯୁଆଡେ ଚାହିଁବ ସମସ୍ତଙ୍କ ହାତରେ ଗୋଟିଏ ଲେଖାଁଏ ମୋବାଇଲ୍ ଥିବ । ଏମିତିକି ମୋବାଇଲ୍ ଚଲାଇ ଲୋକ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି । ତେବେ କଲେଜ ପରିସରରେ କ୍ଲାସ୍ ଚାଲିଥିବା ସମୟରେ ମୋବାଇଲ୍ ଚଲାଇବା ଏବେ ଜଣେ ଛାତ୍ରଙ୍କୁ ମହଙ୍ଗା ପଡିଯାଇଛି । କଲେଜ ପରିସରରେ ଓ କ୍ଲାସ୍ ଚାଲିଥିବା ବେଳେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଘଟଣାରେ ଚିଡ଼ି ଯାଇ କର୍ଣ୍ଣାଟକ କଲେଜର ଜଣେ ପ୍ରିନ୍ସିପାଲ୍ ଗୁରୁବାର ଦିନ ସେମାନଙ୍କ ସମ୍ମୁଖରେ ଗୋଟାଏ ହାତୁଡ଼ି ଯୋଗେ ଗୁଡ଼ାଏ ମୋବାଇଲ୍ ଫୋନ୍ ପିଟି ଚୂନା କରି ଦେଇଛନ୍ତି। ପ୍ରିନ୍ସିପାଲ୍ ଆରଏମ୍ ଭଟ ହାତୁଡ଼ିରେ ମୋବାଇଲ୍ ଫୋନ୍ ଭାଙ୍ଗୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଏମଇଏସ୍ ଚୈତନ୍ୟ ପିୟୁ କଲେଜ କ୍ଲାସ୍ରୁମରେ ମୋବାଇଲ୍ ଫୋନ୍ ନିଷିଦ୍ଧ କରିବା ଏବଂ କଲେଜ କର୍ତ୍ତୃପକ୍ଷମାନେ ଥରକୁ ଥର ନିବେଦନ କରିବା ସତ୍ତ୍ୱେ ପିଲାମାନେ ସେଲଫୋନ୍ ବ୍ୟବହାର ଚାଲୁ ରଖିଲେ। ମୋବାଇଲ୍ ବ୍ୟବହାର କରୁଥିବା ଅବସ୍ଥାରେ ଧରା ପଡ଼ିଲେ ତାହାକୁ ନଷ୍ଟ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଥିଲା। ତେବେ କ୍ଲାସରେ ପାଠପଢା ଚାଲିଥିବା ବେଳେ ବି ଛାତ୍ରଛାତ୍ରୀମାନେ ମୋବାଇଲ୍ ଯୋଗେ ବାର୍ତ୍ତା ଆଦାନ ପ୍ରଦାନ କରୁଥିବା କଥା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ। ଗୁରୁବାର ଦିନ ଅଚାନକ ଯାଞ୍ଚ କରି ୧୬ ଟି ମୋବାଇଲ୍ ଫୋନ୍ ଜବତ କରିଥିଲେ। କଲେଜ୍ ହଲରେ ଏକତ୍ର ହେବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଗଲା। ଏହାପରେ ପ୍ରିନ୍ସିପାଲ୍ ସେମାନଙ୍କ ସମ୍ମୁଖରେ କେତୋଟି ମୋବାଇଲ୍ ଫୋନ୍କୁ ହାତୁଡ଼ିରେ ଛେଚି ଭାଙ୍ଗି ପକାଇଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/Principal_breaks.jpg)
/kanak/media/post_attachments/wp-content/uploads/2019/09/271652-karnataka-college-principal-smashes-mobile-phones-300x169.jpg)
/kanak/media/post_attachments/wp-content/uploads/2019/09/xa-1-300x166.png)