କୋଷ୍ଠ କାଠିନ୍ୟ,ପେଟର ଚର୍ବି ଏବଂ ଆଣ୍ଠୁ ଯନ୍ତ୍ରଣାରୁ ଉପସମ ପାଇବାକୁ ଚାହୁଁଥିଲେ , ଆପଣାନ୍ତୁ ଏହି ସରଳ ଉପାୟ । 

କୋଷ୍ଠ କାଠିନ୍ୟ,ପେଟର ଚର୍ବି ଏବଂ ଆଣ୍ଠୁ ଯନ୍ତ୍ରଣାରୁ ଉପସମ ପାଇବାକୁ ଚାହୁଁଥିଲେ , ଆପଣାନ୍ତୁ ଏହି ସରଳ ଉପାୟ । 

Layalina

ଆଜିକାଲିର ବ୍ୟସ୍ତ ଜୀବନ ଶୈଳୀରେ ଅନେକ ଲୋକ ନିଜର ପେଟ ବଢିବା,ପେଟର ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଆଉ କେତେକ ଲୋକଙ୍କର କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହୁଛି । ତା’ଛଡା ପିଠି ଓ ଆଣ୍ଠୁ ଯନ୍ତ୍ରଣା ମଧ୍ୟ ଅନେକ ଲୋକଙ୍କୁ କଷ୍ଟ ଦେଇଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ବି ଏଭଳି କିଛି ସମସ୍ୟା ରହୁଛି,ତେବେ ଆପଣ କେବଳ ଗୋଟିଏ ଆସନ ଦ୍ୱାରା ଏହାର ସମାଧାନ କରିପାରିବେ। ଏହି ଆସନଟି ହେଲା ଭରଦ୍ୱାଜ ଆସନ। ଏହି ଆସନ କରିଲେ ଶରୀରର ଉପର ଅଂଶର ମାଂଶପେଶୀ ଅଧିକ ଢିଲା ହୋଇଥାଏ। ଖାଲି ସେତିକି ନୁହେଁ ଏହି ଆସନ କରିଲେ ଶରୀର ଓ ମନ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରହିଥାଏ। ଏହା ରକ୍ତଚାପକୁ ବି ନିୟନ୍ତ୍ରଣରେ ରଖିଥାଏ।

publive-image

ଏବେ ଆସନ୍ତୁ ଜାଣିବା କିପରି କରିବେ ଭରଦ୍ୱାଜାସନ। ଏଥିପାଇଁ ପ୍ରଥମେ ଆପଣ ଡାହାଣ ଗୋଡ଼କୁ ଭାଙ୍ଗି ପଛ ଆଡକୁ ନିଅନ୍ତୁ। ଅନ୍ୟ ଗୋଡକୁ ଭାଙ୍ଗି ତା’ଉପରେ ରଖନ୍ତୁ। ମୁଣ୍ଡକୁ ବୁଲାଇ ରଖନ୍ତୁ ଓ ଉପରେ ଥିବା ପାଦକୁ ହାତରେ ଧରନ୍ତୁ। ଅନ୍ୟ ହାତଟି ସାମ୍ନାକୁ ରଖନ୍ତୁ। ତା’ପରେ ଧୀରେ ଧୀରେ ମେରୁଦଣ୍ଡକୁ ସିଧା କରନ୍ତୁ ଓ କିଛି ସମୟ ପାଇଁ ସେହି ସ୍ଥିତିରେ ରହନ୍ତୁ। ତା’ପରେ ନିଃଶ୍ୱାସ ତ୍ୟାଗ କରି ସାଧାରଣ ଅବସ୍ଥାକୁ ଫେରନ୍ତୁ। ତେବେ ଯେଉଁମାନେ ଗମ୍ଭୀର ରୋଗରେ ପୀଡ଼ିତ,ସେମାନଙ୍କୁ ଭରଦ୍ୱାଜାସନ ନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe