The Financial Express
୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ସହିତ ନେତାମାନଙ୍କ ବିରୋଧୀ ଦଳ ଓ ମନ୍ତ୍ରୀଙ୍କ ଉପରେ ବିଭିନ୍ନ ପ୍ରକାର ଆପେକ୍ଷ ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶ ମେରଠରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟକରଣ ଗୁପ୍ତା ଏକ ବିବାଦୀୟ ବୟାନ ଦେଇଛନ୍ତି।
ମେରଠରେ ଏକ ନିର୍ବାଚନୀ ପ୍ରଚାର କାର୍ୟ୍ୟକ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ନାମ ନନେଇ ଚାକରାଣୀ ସହିତ ତୁଳନା କରି ବିଜେପି ନେତା କହିଛନ୍ତି, ‘କଂଗ୍ରେସର ଏକ ନେତା ବଡ଼ ଜୋରଜୋରରେ କହୁଛନ୍ତି ଆଛେ ଦିନ ଆୟେ ? ତାଙ୍କୁ କ’ଣ ଆଛେ ଦିନ ଦେଖାଯାଉ ନାହିଁ କି । ଆରେ ସ୍କଟ ପିନ୍ଧୁଥିବା ବାଈ ଏବେ ଶାଢ଼ି ପିନ୍ଧି ମନ୍ଦିରକୁ ଯିବାକୁ ଲାଗିଛନ୍ତି ।’ ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଜୟକରଣ ଗୁପ୍ତାଙ୍କ ଏହି ବିବାଦୀୟ ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Follow Us
/kanak/media/post_attachments/wp-content/uploads/2019/04/jaykaran-gupta-300x208.jpg)