ଏବେ ସାଧାରଣ ଲୋକ ବି ବୁଲିପାରିବେ ସିଆଚିନ୍ ବେସ୍ କ୍ୟାମ୍ପ୍ ! ଜନତାଙ୍କ ପାଇଁ ସିଆଚିନ୍ କ୍ୟାମ୍ପ୍ ଖୋଲିବା ପାଇଁ ଭାରତୀୟ ସେନା କରୁଛି ବିଚାର ।

309

ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍ କୁ ଏବେ ସାଧାରଣ ଜନତା ମଧ୍ୟ ଯାଇପାରିବେ । ଶତ୍ରୁଦେଶରୁ ଭାରତକୁ ସୁରକ୍ଷା ଦେବା ପାଇଁ କିଭଳି ଭାରତୀୟ ଯବାନ ହାଡଭଙ୍ଗା ଶୀତକୁ ଖାତିର ନକରି ସିଆଚିନ୍ ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି ଏହାର ଅନୁଭବ ଏବେ ସାଧାରଣ ଲୋକ ମଧ୍ୟ କରିପାରିବେ । ସାଧାରଣ ଲୋକଙ୍କ ଭାରତୀୟ ସେନା ପକ୍ଷରୁ ଖୁବଶୀଘ୍ର ସିଆଚିନ୍ ସୀମାର ଦ୍ୱାର ଖୋଲିପାରେ । ସେନା ପ୍ରମୁଖ ବିପିନ୍ ରାୱତ୍ ନିକଟରେ ସିଆଚିନ୍ ଗସ୍ତ ସମୟରେ ଏଭଳି କିଛି ବିଚାର ମୁଣ୍ଡକୁ ଆଣିଛନ୍ତି ।

ଆପଣଙ୍କୁ କହିରଖୁଛୁ ଲଦାଖ୍ ଏବେ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ଆସିଯାଇଛି ଯେଉଁ କାରଣରୁ ଏହା କେନ୍ଦ୍ର ସରକାରଙ୍କ ଅଧିନରେ ମଧ୍ୟ ଆସିଯାଇଛି । ଏଭଳି ନିଷ୍ପତ୍ତି ନେବା ପଛରେ ଭାରତୀୟ ସେନାର ଉଦେ୍ଧଶ୍ୟ ସାଧାରଣ ଲୋକଙ୍କୁ ସେନାର କଷ୍ଟକର ଜୀବନ ସହ ଯୋଡିବା । ସୂତ୍ର ମୁତାବକ , ଭାରତୀୟ ସେନାମୁଖ୍ୟଙ୍କ କହିବାନୁସାରେ , ସାଧାରଣ ଲୋକ ସେନାର ଜୀବନଶୈଳୀ ବିଷୟରେ ଜାଣିବାକୁ ଇଚ୍ଛୁକ ଅଛନ୍ତିି ।