ଆୟକର ବିଭାଗ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ , ବି . କେ ଶଶିକଳାଙ୍କ ୧୬୦୦ କୋଟି ଟଙ୍କାର ବେଆଇନ ସମ୍ପତିକୁ ଜବତ କରିଛନ୍ତି । ଏହି ସମ୍ପତ୍ତିଗୁଡିକ ଚେନ୍ନାଇ, ପଣ୍ଡିଚେରୀ ଏବଂ କୋୟମ୍ବଟୁର ସ୍ଥିତ ଥିବା ସମ୍ପତିଗୁଡିକୁ ନଭେମ୍ବର ୨୦୧୬ ରେ ନୋଟବନ୍ଦୀ ହେବାର ଠିକ୍ ପରେ ପରେ କିଣା ହୋଇଛି । ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ଅଧିକ ମୂଲ୍ୟର ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ।

Advertisment

publive-image

ସୂତ୍ର ଅନୁସାରେ, ବେଆଇନ ସମ୍ପତିକୁ ଶଶିକଳା ପାଖାପାଖି ୧,୫୦୦ କୋଟି ଟଙ୍କାର ବିମୁଦ୍ରୀକୃତ ନୋଟକୁ ଉପଯୋଗ କରି କିଣିଥିଲେ ଏବଂ ତାଙ୍କ ସମ୍ପତି ଗୁଡିକୁ ଫର୍ଜି ନାମାକୃତ କରାଯାଇଛି । ଅଧିକାରୀଙ୍କ କହିବାନୁଯାୟୀ, ଶଶିକଳାଙ୍କ ବିରୁଦ୍ଧରେ ବେଆଇନ ସମ୍ପତି ଅଧିକରଣ ସମୟରେ, ୧୯୮୮ ର ଧାରା ୨୪(୩)ର ଅସ୍ଥାୟୀ ଆଦେଶ ଜାରି କରାଯାଇଥିଲା । ସେ ଆୟ ବହିର୍ଭୁତ ସମ୍ପତ୍ତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁ ସ୍ଥିତ ଜେଲରେ ବନ୍ଦୀ ଅଛନ୍ତି । କର ବିଭାଗ ଶଶିକଳା ଏବଂ ଅନ୍ୟ ଲୋକଙ୍କ ବିରୁଦ୍ଧରେ ୨୦୧୭ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ପାଖରେ ଥିବା ବେଆଇନ ସମ୍ପତ୍ତିଗୁଡିକୁ ଜବତ କରିଥିଲେ ।