ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ : କିଏ ଉଠିବ , କିଏ ଝୁଣ୍ଟିବ? ନିର୍ବାଚନ ଗଣିତକୁ ବଦଳାଇବାର ସକ୍ଷମ ରଖୁଛି ଦିଲ୍ଲୀର ଏହି ସବୁ ସିଟ୍ ।

240

ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ ୨୧ ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ପୁରା ଦେଶର ନଜର ରହିଛି ଫଳାଫଳ ଉପରେ । ଏଥର ହ୍ୟାଟ୍ରିକ୍ କରିବେ କି ଅରବିନ୍ଦ କେଜରିୱାଲ୍ ? ନା ଶେଷ ହେବ ବିଜେପିର ୨୨ ବର୍ଷର ବନବାସ ? ଏଗଜିଟ୍ ପୋଲ୍ କୁ ଭୁଲ୍ ପ୍ରମାଣିତ କରି ଖାତା ଖୋଲିବ କି କଂଗ୍ରେସ? ଏନେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ ଦେଖାଯାଉଛି । ଇଭିଏମ୍ ରେ ବନ୍ଦ ହୋଇ ରହିଛି ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ । ଆପ୍ , ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ତ୍ରିମୁଖୀ ଲଢେଇ । ତେବେ ଫଳାଫଳ ପୂର୍ବରୁ ସବୁ ଦଳ ନିଜକୁ ହିଁ ବିଜେତା କହୁଥିବା ବେଳେ ଦିଲ୍ଲୀରେ ଏଭଳି କିଛି ସିଟ୍ ଅଛି ଯେଉଁଠି ସମସ୍ତଙ୍କ ନଜର ରହିଛି । ଏହି ସିଟ୍ କୌଣସି ବି ଦଳର ବହୁମତ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ।

ଦ୍ୱାରକା : ୨୦୧୫ ରେ ଏହି ସିଟ୍ ରେ ଆପ୍ ର ଆଦର୍ଶ ଶାସ୍ତ୍ରୀ ୪୦ ହଜାର ଭୋଟ୍ ଅନ୍ତରରେ ବିଜୟ ହାସଲ କରିଥିଲେ । କିନ୍ତୁ ସେତେବେଳେ ଟବିଷ୍ଟ କାରଣରୁ ଆପ୍ ଆଦର୍ଶ ଶାସ୍ତ୍ରୀଙ୍କ ଟିକଟ୍ କାଟି ଦେଇଥିଲା ।

ହରିନଗର : ପଶ୍ଚିମ ଦିଲ୍ଲୀର ଏହି ସିଟ୍ ପଞ୍ଜାବୀ ଲୋକଙ୍କ କବଜାରେ ରହିଛି । ଯେଉଁଠି ପୂର୍ବଥର ଜଗଦିପ୍ ସିଂହ ବିଜୟ ହାସଲ କରିଥିଲେ । କିନ୍ତୁ ଚଳିତ ବର୍ଷ ଜଗଦିପ୍ ଙ୍କ ବଦଳରେ କଂଗ୍ରେସ ରାଜକୁମାରୀ ଢିଲ୍ଲନ୍ ଙ୍କୁ ଟିକଟ୍ ଦେଇଛି ଏବଂ କଂଗ୍ରେସ ଉକ୍ତ ଅଞ୍ଚଳର କାଉନସିଲର୍ ଙ୍କୁ ଟିକଟ୍ ଦେଇଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ତେଜିନ୍ଦ୍ରପାଲ୍ ବଗ୍ଗାଙ୍କୁ ପ୍ରାର୍ଥୀ ରୁପେ ଠିଆ କରିଛି । ଏଭଳି ସ୍ଥିତିରେ ଏହି ସିଟ୍ ରେ ଦମଦାର୍ ମୁକାବିଲା ଦେଖିବାକୁ ମିଳିବ । ଏହାଛଡା ଶକୁରବସ୍ତୀ , ମଡେଲ୍ ଟାଉନ୍ , ଗାନ୍ଧୀ ନଗର, ସିଲମପୁର,ନଜଫଗଡ , କୃଷ୍ଣାନଗର, ରୋହିଣୀ ,ବିଶ୍ୱାସ ନଗର ,ମୁସ୍ତଫାବାଦ୍ ,ଚାନ୍ଦନୀ ଚୌକ ସିଟ୍ ରେ ମଧ୍ୟ ଦମଦାର୍ ନିର୍ବାଚନୀ ଲଢେଇ ହେବାର ଅନୁମାନ କରାଯାଉଛି ।