ପ୍ରତିଦିନ ସକାଳୁ ଉଠି ଦାନ୍ତଘଷିବା ପରେ ମଧ୍ୟ କିଛି ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏଥି ପାଇଁ କିଛି ଲୋକ ଅନ୍ୟମାନଙ୍କ ସାମ୍ନାରେ ଠିଆ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ନିଜର ବ୍ୟବହାର କରୁଥିବା ଟୁଥ୍ପେଷ୍ଟକୁ ବଦଳାଇବା ସହ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏ ସବୁ ପରେ ସେମାନଙ୍କର ଏହି ସମସ୍ୟା ଦୂର ହୋଇ ନଥାଏ । ଯଦି ଆପଣଙ୍କର ମଧ୍ୟ ଏଭଳି କିଛି ସମସ୍ୟା ରହିଛି ତେବେ ଚିନ୍ତା କରିବା ଛାଡ଼ି ଏହି ଉପାୟ ଆପଣାନ୍ତୁ ।
୧.ଆପଲ ସାଇଡ଼ର ଭିନେଗାରକୁ ଆପଣମାନେ ଘରେ ନିହାତି ବ୍ୟବହାର କରୁଥିବେ । ଏହାକୁ ଖାଦ୍ୟ ତିଆରି ପାଇଁ ବ୍ୟବହାର କରାଯାଉଥିବା ବେଳେ ପାଟିରୁ ଦୁର୍ଗନ୍ଧକୁ ଦୂର କରିବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ । ୧/୪କପ ପାଣିରେ ୨ଚାମଚ ଆପଲ ସାଇଡ଼ର ଭିନେଗାର ମିଶାନ୍ତୁ । ଏହି ମିଶ୍ରଣକୁ ୧୫-୨୦ମିନିଟ୍ ପାଟିରେ ଭର୍ତ୍ତି କରି କୁଳି କରନ୍ତୁ । ଏପରି କଲେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବ ନାହିଁ ।
୨.ଅନେକ ବର୍ଷରୁ ଲୋକମାନେ ନିଜ ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ପାନ ମଧୁରୀର ବ୍ୟବହାର କରିଥାନ୍ତି । ପ୍ରତିଦିନ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ପାଟିର ଜୀବାଣୁ ମରିବା ସହ ଦୁର୍ଗନ୍ଧ ବାହାରି ନ ଥାଏ ।
୩.ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଚାହୁଁଥିଲେ ନଡ଼ିଆ ତେଲର ବ୍ୟବହାର କରନ୍ତୁ । ଗୋଟେ ଚାମଚ ନଡ଼ିଆ ତେଲ ପାଟିରେ ଭର୍ତ୍ତି କରି ଚାରିଆଡ଼େ ପାଟି ବୁଲାନ୍ତୁ । ଏପରି କଲେ କିଛି ଦିନ ମଧ୍ୟରେ ପାଟିରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ ।
୪.ଗ୍ରୀନ୍ ଟି ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିବା ସହ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ । ପ୍ରତିଦିନ ଗ୍ରୀନ୍ ଟି ପିଇଲେ ପାଟିରୁ ଦୁର୍ଗନ୍ଧ ବାହରିବା ସମସ୍ୟା ଦୂର ହେବା ସହ କ୍ୟାଭିଟି ମଧ୍ୟ ହୋଇନଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/bad-breath-apnea-1496756881.jpg)
/kanak/media/post_attachments/wp-content/uploads/2018/11/Bad_Breath_Guy-1024x630-300x185.jpg)