ପର୍ବପର୍ବାଣୀ ଦିବସ ଅବସରରେ ତତ୍କାଳ ଟିକେଟକୁ ନେଇ ଅଧିକ ସମୟରେ ନାହିନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିଛି ଲୋକ ୩ ମାସ ପୂର୍ବରୁ ଟିକେଟ୍ ବୁକ୍ କରିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଟିକେଟ୍ ୱେଟିଙ୍ଗ୍ ଦେଖାଏ । ଏମିତିରେ ଲୋକଙ୍କ ସମସ୍ୟାର କମିବା ବଦଳରେ ଆହୁରି ବଢିଯାଉଛି । କିନ୍ତୁ ଯଦି ଆପଣ କିଛି ସ୍ମାର୍ଟ ତରିକା ଆପଣାଇବେ ତେବେ ତତ୍କାଳ ଟିକେଟ୍ କନଫର୍ମ ମିଳିବାର ଚାନ୍ସ ଅଛି । ତେବେ ଆସନ୍ତୁ ଏ ବିଷୟରେ ଜାଣିବା ।
୧ . ସର୍ବପ୍ରଥମେ ଆପଣଙ୍କ ପାଖରେ ଆଇଆରସିଟିସିର ଆକାଉଣ୍ଟ ଏବଂ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିବା ନିହାତି ଆବଶ୍ୟକ । ଇଣ୍ଟରନେଟର କନେକ୍ସନର ସ୍ପୀଡ୍ ୪-୧୦ ଏମବିପିଏସ୍ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଏବେ ଆପଣଙ୍କୁ ଆଇଆରସିଟିସିର ଆକାଉଣ୍ଟ ୱେବସାଇଟରେ ମୋବାଇଲ୍ ଆପ୍ ଦ୍ୱାରା ରେଳ କନେକ୍ଟରେ ଲଗଇନ୍ କରିବାକୁ ପଡିବ ।
୨ . ଏହାପରେ ଆକାଉଣ୍ଟରେ ମାଇ ପ୍ରୋଫାଇଲରେ ଯାଇ ମାଷ୍ଟରଲିଷ୍ଟ୍ ବିକଳ୍ପରେ କ୍ଲିକ୍ କରନ୍ତୁ ଏବଂ ସେଥିରେ ଯେଉଁ ଲୋକଙ୍କ ଟିକେଟ୍ ଦରକାର ତାଭ୍କ ନାମ ,ମୋବାଇଲ୍ ନମ୍ବର ଆଦି ପୂରଣ କରି ସେଭ୍ କରିନିଅନ୍ତୁ । ଏଥିରେ ଆପଣଙ୍କୁ ଟ୍ରେନ୍ ସମୟ ଏବଂ ଟ୍ରେନ୍ ନାଁ ମଧ୍ୟ ଦେବାକୁ ପଡିବ । ଭଲ ହେବ ଯଦି ଆପଣ ଟିକେଟ୍ ବୁକିଂ ପୂର୍ବରୁ ହିଁ ଏହି କାମ କରିଦେବେ ।
୩ . ଯଦି ଆପଣ ଏସି ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ୧୦ ଟା କିମ୍ବା ୧୧ ଟା ବାଜିବା ପୂର୍ବରୁ ଆଇଆରସିଟିସିର ଆକାଉଣ୍ଟ ରେ ଫୋନ୍ କିମ୍ବା ଲାପଟପରେ ଲଗଇନ୍ କରନ୍ତୁ । ଯେମିତି ଆଇଆରସିଟିସି ଘଣ୍ଟାରେ ୧୦ ବାଜିବ ସେତେବେଳେ ହିଁ ବୁକ୍ ନାଓର ଅପ୍ସନ୍ ଆସିଯିବ । ଏଥିସହ ଆପଣଙ୍କୁ Select From Your master List ର ବଟନ୍ ଦେଖାଯିବ ।
୪ . ଏବେ ଯାହାଙ୍କ ପାଇଁ ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାମ ଏବଂ କୋଡ୍ ପଇଠ କରନ୍ତୁ । ଧ୍ୟାନର ସହ କୋର୍ଡକୁ ଇନସର୍ଟ କରନ୍ତୁ କେବଳ କୋର୍ଡ କାରଣରୁ ହିଁ ୬୦ ପ୍ରତିଶତ ଲୋକ ତତ୍କାଳ ଟିକେଟ୍ ବୁକ୍ କରିପାରିନଥାନ୍ତି । କୋର୍ଡ ପଇଠ କରିବା ପରେ ନେକ୍ସଟ୍ ଟାଇପ୍ ୍କରି ପେମେଣ୍ଟ୍ କରନ୍ତୁ । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ପେମେଣ୍ଟ୍ କରିବା ମଧ୍ୟ ସହଜ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/521940-485443-459173-irctc1.jpg)
/kanak/media/post_attachments/wp-content/uploads/2018/11/Capture-12-166x300.jpg)
/kanak/media/post_attachments/wp-content/uploads/2018/11/ddddddddddddddd-1-300x196.jpg)
/kanak/media/post_attachments/wp-content/uploads/2018/11/yttyu-300x200.jpg)
/kanak/media/post_attachments/wp-content/uploads/2018/11/hgjutyu-300x200.jpg)