ଭୁବନେଶ୍ୱରର ବ୍ଲୁ-ହ୍ୱିଲ ହସ୍ପିଟାଲକୁ ସିଲ କଲା ପ୍ରଶାସନ : ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ୨୭ ଜଣ କରୋନା ପଜିଟିଭ । କୋଭିଡ-୧୯ ନିୟମ ଉଲଂଘନ ପାଇଁ କରାଗଲା ସିଲ

1,640

କନକ ବ୍ୟୁରୋ : ରାଜଧାନୀର ଏକ ଡାକ୍ତରଖାନାକୁ ସିଲ କଲା ବିଏମସି । କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗରେ ମଂଚେଶ୍ୱରରେ ଥିବା ବ୍ଲୁ-ହ୍ୱିଲ ହସ୍ପିଟାଲକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ଏହାସହ ସଂପୃକ୍ତ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ମାଗିଛି ବିଏମସି । ଏହି ଡାକ୍ତରଖାନାରୁ ୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ବ୍ଲୁ-ହ୍ୱିଲ ହସ୍ପିଟାଲ କୋଭିଡ- ୧୯ ଗାଇଡ୍ଲାଇନ୍ ପାଳନ କରୁନଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଆଧାରରେ ଆଜି ଡାକ୍ତରଖାନାରେ ତାଲା ପଡିଛି ।

Comments are closed.