ବୟସ ପୂର୍ବରୁ ମୁହଁରେ ମୁଖ କୁଞ୍ଚନର ସମସ୍ୟା ଦେଖାଗଲାଣି କି ? ଚିନ୍ତା ନକରି ଆପଣାନ୍ତୁ ଏହି ଘରୋଇ ଟିପ୍ସ,ସମସ୍ୟା ହେବ ଦୂର ।

899

୩୦ ବର୍ଷ ବୟସ ହେଲାପରେ ଆପଣଙ୍କୁ ନିଜ ଚର୍ମ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ, କାରଣ ଏହା ଧୀରେ ଧୀରେ ଲୋଚାକୋଚା ହେବାକୁ ଲାଗେ। ଏଥିପାଇଁ କିଛି ଲୋକ ଅନେକ ଔଷଧ ମଧ୍ୟ ବ୍ୟବହାର କରିଥା’ନ୍ତି। ଔଷଧ ବ୍ୟବହାର ନ କରି ରୋଷେଇ ଘରେ ମିଳୁଥିବା ଘରୋଇ ଉପଚାରରେ କେମିତି କରିବେ ସ୍କିନ୍କୁ ପୁଣି ସୁସ୍ଥ, ସୁନ୍ଦର ଓ ଟାଇଟ୍ ଜାଣନ୍ତୁ ।

ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାହାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ଧୋଇ ପକାନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ୍ ହେବା ସହ ଭାଙ୍ଗ ଲିଭିଯିବ।

ମୁଲତାନୀ ମାଟି: ସ୍କିନ୍କୁ ସୁସ୍ଥ କରିବା ପାଇଁ ଅନ୍ୟ ଏକ ଘରୋଇ ଉପଚାର ହେଉଛି ମୁଲତାନୀ ମାଟି। ମହୁ ଓ ଗି୍ଲସେରିନ୍ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ, କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।

ମହୁ: ଏକ ଚାମଚ ମହୁ ଗି୍ଲସେରିନ୍ ସହ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ୍ ମସାଜ୍ କରନ୍ତୁ ଓ ଶୁଖିବା ଯାଏଁ ଛାଡ଼ି ଦିଅନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ସଫା କରି ଶୁଖିଲା କପଡ଼ାରେ ପୋଛନ୍ତୁ।

କ୍ଷୀର: ଗୋଟିଏ ପାତ୍ରରେ କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାନ୍ତୁ ଓ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ସ୍କିନ୍କୁ ଟାଇଟ୍ କରିଥାଏ।

ବସା ଦହି: ଆପଣ ବସା ଦହି ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ ସଫ୍ଟ ଓ ସାଇନି କରିଥାଏ।