କେଶ ପାଇଁ ମହୌଷଧି ଭଳି କାମ କରେ ତୁଳସୀ ପତ୍ର ! ଝଡୁଥିବା କେଶରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଥରେ ବ୍ୟବହାର କରି ଦେଖନ୍ତୁ ।

1,793

ଭାରତରେ ତୁଳସୀକୁ ପବିତ୍ର ଗଛ ବୋଲି ଭାବି ଲୋକମାନେ ଏହାର ପୂଜା କରିଥାନ୍ତି । ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଇନଫ୍ଲେମେଣ୍ଟ୍ରି ଗୁଣ ରହିଥାଏ,ଯାହାଦ୍ୱାରା ତୁଳସୀର ସେବନ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ? ଶରୀରକୁ ସୁସ୍ଥ ରଖିବା ସହ ଏହା କେଶ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା କେଶକୁ ସୁନ୍ଦର କରିବା ପାଇଁ ତୁଳସୀ ପତ୍ରର ଭୂମିକା ।

୧.ତୁଳସୀ ପତ୍ର କେଶ ଝଡ଼ିବାରୁ ରକ୍ଷା କରିଥାଏ । ତେଲରେ ତୁଳସୀ ପତ୍ର ମିଶାଇ ଗରମ କରିବା ସହ ଏହାକୁ କେଶରେ ଭଲ ଭାବରେ ମାଲିସ କରନ୍ତୁ । ଯାହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହେବା ସହ କେଶ ଝଡ଼ିବା ବନ୍ଦ ହୋଇ ଯାଇଥାଏ ।

୨.ତୁଳସୀ ପତ୍ର ମିଶା ତେଲ କେଶରେ ଲଗାଇବା ଦ୍ୱାରା ରୁପି ହେବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହ କେଶକୁ ପୋଷଣ ମିଳିବା ସହ ଋକ୍ଷପଣ ଦୂର ହୋଇଥାଏ ।

୩.ଆଜିକାଲି ବଢ଼ୁଥିବା ପ୍ରଦୂଷଣ ହେତୁ କିଛି ଲୋକଙ୍କ କେଶ ସମୟ ପୂର୍ବରୁ ଧଳା ହୋଇ ଯାଉଛି । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି କିଛି ସମସ୍ୟା ଦେଖା ଦେଉଛି,ତେବେ ତୁଳସୀ ପତ୍ରର ଚୁର୍ଣ୍ଣକୁ ଅଁଳା ପାଉଡ଼ର ସହ ଗୋଟେ ରାତି ପାଣିରେ ମିଶାଇ ରଖନ୍ତୁ । ସକାଳୁ ଏହି ମିଶ୍ରଣକୁ କେଶରେ ଲଗାଇ କେଶକୁ ଭଲ ଭାବରେ ସଫା କରି ନିଅନ୍ତୁ । କିଛି ମାସ ଏହାକୁ ବ୍ୟବହାର କରିବା ଦ୍ୱାରା କେଶ କଳା ଏବଂ ଘନ ହେବ ।