ସ୍ୱାସ୍ଥ୍ୟ ପାଇଁ ହିତକାର ପଖାଳ ଭାତ ! ଫାଇଦା ଜାଣିଲେ ଫୋପାଡିବା ପୂର୍ବରୁ ଚାରିଥର ଭାବିବେ ।

ସ୍ୱାସ୍ଥ୍ୟ ପାଇଁ ହିତକାର ପଖାଳ ଭାତ ! ଫାଇଦା ଜାଣିଲେ ଫୋପାଡିବା ପୂର୍ବରୁ ଚାରିଥର ଭାବିବେ ।

source : Odisha News Insight

ରାତିରେ ଯଦି ଭାତ ବଢାଯାଏ,ତେବେ ଆମମାନଙ୍କ ଭିତରୁ ଅନେକଙ୍କ ଘରେ ତାକୁ ଫୋପାଡି ଦିଆଯାଇଥାଏ । କେତେକ ଘରେ ବଳକା ଭାତକୁ ଗାଇଗୁହାଳ ଡୋଙ୍ଗାରେ ମଧ୍ୟ ଫୋପାଡି ଦିଆଯାଏ । ହେଲେ ଆପଣ ଯଦି ବାସି ଭାତର ଉପକାରିତା ସଂପର୍କରେ ଜାଣିବେ,ତେବେ କେବେ ସେଭଳି କରିବେ ନାହିଁ।

publive-image

ନିକଟରେ ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା। ସେଥିରୁ ଏକଥା ସ୍ପଷ୍ଟ ହୋଇଛି।ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍ ଲାଭଦାୟକ। ଅର୍ଥାତ୍ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ। ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ୍ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା(ଅନ୍ୟୁନ୍ ୧୨ ଘଣ୍ଟା) ଭିଜାଇ ରଖାଯାଏ,ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ।

publive-image

ଠିକ୍ ସେହିପରି ଏଥିରେ ସୋଡିଅମ୍,ପୋଟାସିଅମ୍ ଓ କାଲସିଅମ୍ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe