ମନ୍ଦିର ଭିତରେ ଅସାଧୁ କାମ ! ମନ୍ଦିରରେ ନକଲି ନୋଟ୍ ଛାପୁଥିଲେ ସାଧୁ , ୫୦ ଲକ୍ଷର ନକଲି ନୋଟ ଜବତ କଲା ପୋଲିସ୍ । 

530

ଗୁଜୁରାଟ ପୋଲିସକୁ ବଡ ସଫଳତା । ସୁରଟର ଏକ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ଏକ ନିର୍ମାଣଧୀନ ମନ୍ଦିରର ସାଧୁକୁ ମଧ୍ୟ ପୋଲିସ ଗିରଫ କରିଛି । ସାଧୁ ଜଣଙ୍କ ମନ୍ଦିର ଭିତରେ ନକଲି ନୋଟ ଛାପୁଥିବାର ଅଭିଯୋଗ ହୋଇଛି । ତାଙ୍କ ନିକଟରୁ ପୋଲିସ ପାଖାପାଖି ୫୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । 

ସୂଚନାନୁସାରେ, ସୁରଟ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ କିଛି ଦିନ ପୂର୍ବରୁ ନକଲି ନୋଟର କାରବାର କରୁଥିବା ପ୍ରତିକ ନାମକ ବ୍ୟକ୍ତିଙ୍କୁ ଧରିଥିଲା । ତାଙ୍କ ନିକଟରୁ ୪ ଲକ୍ଷ ୬ ହଜାର ନକଲି ନୋଟ୍ ଜବତ କରିଥିଲା । ପଚରାଉଚରା କରିବା ଦ୍ୱାରା ଏହି ପୁରା ର୍ୟାକେଟର ପର୍ଦ୍ଦାଫାସ ହୋଇଥିଲା । ଏହି କାମରେ ସାମିଲ ଥିବା ବାପା-ପୁଅ ପ୍ରବୀଣ ଚୋପ୍ରା ଓ କାଳୁ ଚୋପ୍ରାକୁ ପୋଲିସ ଗିରଫ କରିଛି ଏବଂ ନିର୍ମାଣଧୀନ ସ୍ୱାମୀ ନାରାୟଣ ମନ୍ଦିରରୁ ରାଧା ରମଣ ସ୍ୱାମୀ ନାମକ ସାଧୁଙ୍କୁ ପୋଲିସ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଏବେ ପର୍ଯ୍ୟନ୍ତ ଦଶ ଓ ୫ ହଜାରର ନକଲି ନୋଟ କାରବାର କରି ଆସୁଥିଲେ ।