ଗମ୍ଭୀର କଲେ କେଜରିୱାଲଙ୍କୁ ଚ୍ୟାଲେଞ୍ଜ ! ଅଭିଯୋଗ ଯଦି ପ୍ରମାଣ କରିଦେବେ ତେବେ ସର୍ବସମ୍ମୁଖରେ ଲଗାଇବେ ଫାଶୀ । 

891

ପୂର୍ବଦିଲ୍ଲୀରୁ  ଆପ୍ କ୍ୟାଣ୍ଡିଡେଟ୍ ଆତିଶୀ ବିଜେପୀ ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଉପରେ ଏକ ଗମ୍ଭୀର ଅଭିଯୋଗ ଲଗାଇ କହିଛନ୍ତି ଯେ ସେ ଏହି ଲୋକସଭାରେ ତାଙ୍କ ବିପକ୍ଷରେ ଆପତ୍ତିଜନକ ଲେଖାଥିବା କାଗଜ ବାଣ୍ଟୁଛନ୍ତି । ଗୌତମ ଗମ୍ଭୀର ଆତିଶୀ ଏବଂ ଆପର ଏହି ଅଭିଯୋଗକୁ ଗୁରୁବାର ଖଣ୍ଡନ କରି କହିଛନ୍ତି ଯଦି ଏହି ଅଭିଯୋଗ ସତ ହୋଇଥାଏ ସେ ତାଙ୍କ ରାଜନୀତିରୁ ଓହରିଯିବେ । କିନ୍ତୁ ଏବେ ଗମ୍ଭୀର ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି , ଯେ ଯଦି ଆପ୍ କିମ୍ବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଯଦି ଏହି ଘଟଣା ଉପରେ ତାଙ୍କର କିଛି ସାମଞ୍ଜସ୍ୟ ଥିବା ନେଇ ପ୍ରମାଣ କରିଦିଅନ୍ତି ତେବେ ସେ ଜନତାଙ୍କ ସାମ୍ନାରେ ସର୍ବସମ୍ମୁଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିବେ । ଯଦି କେଜରିୱାଲ୍ ଏହି ଚ୍ୟାଲେଞ୍ଜକୁ ଆପଣାନ୍ତି ତେବେ ସେ କୁହନ୍ତୁ  କ’ଣ ହାରିବା ପରେ ସେ ରାଜନୀତିରୁ ସନ୍ନ୍ୟାସ ନେବେ କି?

ଗୁରୁବାର ଏକ ପ୍ରେସ୍ କନଫ୍ରେନ୍ସରେ ଆତିଶୀ ଏବଂ ଦିଲ୍ଲ୍ୀର ଡେପୁଟି ସିଏମ୍ ମନୀଶ୍ ସିସୋଦିଆ କହିଥିଲେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ତରଫରୁ ଏକ ଅଭଦ୍ର କାଗଜ ବଣ୍ଟାଯାଉଛି । ଯେଉଁଥିରେ ଆତିଶୀଙ୍କ ବିରୋଦ୍ଧରେ ଅଭଦ୍ର ଭାଷାର ଉଚ୍ଚାରଣ କରାଯାଇଛି ।