ଫିଟ୍ ଚ୍ୟାଲେଂଜକୁ ହାତକୁ ନେଇ ଫସିଗଲେ ଏହି ସୁପରଷ୍ଟାର୍ ! ପୋଲିସ୍ ନେବ କାର୍ଯ୍ୟାନୁଷ୍ଠାନ ।

37

ଏବେ ନେତା,ଅଭିନେତା,ଖେଳାଳୀଙ୍କ ଉପରେ ଫିଟନେସ୍ ଚ୍ୟାଲେଂଜର ଖେଳ ଚାଲିଛି । ଏହି ଦୌଡରେ ଭାରତ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନେକ ନେତା ଏବଂ ଅଭିନତା ହ୍ରିତିକ ରୋଶନ୍ ମଧ୍ୟ ସ୍ୱଇଚ୍ଛାରେ ଭାଗ ନେଇ ସୋସିଆଲ୍ ମିଡିଆରେ ଏହାର ପ୍ରଦର୍ଶନ କରିଥିଲେ । କିନ୍ତୁ ଏବେ ଏହି ଚ୍ୟାଲେଂଜ ହ୍ରିତିକଙ୍କ ପାଇଁ ସମସ୍ୟା ଆଣିଦେଇଛି । ତେବେ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଫିଟନେସ ପ୍ରତି ଦେଶବାସୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଙ୍ଗଳବାର ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ନିଜେ ପୁସ ଅପ୍ସ କରିଥିଲେ । ସେ ଏହି ଭିଡିଓ ସେୟାର କରି ହ୍ରିତିକ ରୋଶନ,ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ଟେନିସ ଖେଳାଳୀ ସାଇନା ନେହବାଲଙ୍କୁ ଫିଟନେସ ଚ୍ୟାଲେଂଜ ଦେଇଥିଲେ ।ବିରାଟ ଏହି ଚ୍ୟାଲେଂଜକୁ ଗ୍ରହଣ କରି ସେ ମଧ୍ୟ ଫିଟନେସର ଭିଡିଓ ସେୟାର କରିଥିଲେ । ଏବେ ହ୍ରିତିକ ରୋଶନ ମଧ୍ୟ ଭିଡିଓ ସେୟାର କରିଛନ୍ତି । କିନ୍ତୁ ଏହି ଭିଡ଼ିଓ ଯୋଗୁଁ ସେ ସମସ୍ୟାରେ ପଡ଼ି ଯାଇଛନ୍ତି । ବାସ୍ତବରେ ହ୍ରିତିକ ସଡ଼କ ମଧ୍ୟରେ ଫିଟନେସ ମନ୍ତ୍ର ଦେଉଥିବାର ନଜର ଆସିଛନ୍ତି । ଯେଉଁଥିରେ ଜଣେ ୟୁଜର ମୁମ୍ବାଇ ପୋଲିସକୁ ଟ୍ୟାଗ କରି ପଚାରିଛନ୍ତି ଯେ ଏବେ ମୁମ୍ବାଇ ପୋଲିସ ଏହା ଉପରେ କ’ଣ କରିବେ ? ଏହାପରେ ମୁମ୍ବାଇ ପୋଲିସ ୟୁଜରକୁ ଟ୍ୱିଟରରେ ପ୍ରତ୍ୟୁତ୍ତର ଦେଇ ଲୋକେସନ ଡିଟେଲସ ମାଗିଛି ।