ମାଲକାନଗିରି ଚିତ୍ରକୋଣ୍ଡାରେ ପ୍ରଥମ ସଫଳ ଅପରେସନ । ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା , ଡାକ୍ତରଖାନାରେ ଶିଶୁକୁ ଜନ୍ମଦେଲେ ଗର୍ଭବତୀ ।

ମାଲକାନଗିରି ଚିତ୍ରକୋଣ୍ଡାରେ ପ୍ରଥମ ସଫଳ ଅପରେସନ । ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା , ଡାକ୍ତରଖାନାରେ ଶିଶୁକୁ ଜନ୍ମଦେଲେ ଗର୍ଭବତୀ ।

ଏଣିକି ଆଉ ସ୍ୱାଭିମାନ ଅଞ୍ଚଳର ପ୍ରସୂତିଙ୍କୁ ଅସ୍ତ୍ରୋପଚାର ପାଇଁ ଯିବାକୁ ପଡିବନି ମାଲକାନଗିରି । କାରଣ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କର।ଯାଇଛି । ପ୍ରଥମଥର ପାଇଁ ଅସ୍ତ୍ରୋପଚାର କରାଯାଇ ପ୍ରସୂତୀ ମହିଳା ଓ ନବଜାତ ଶିଶୁ ପୁତ୍ରକୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ଡାକ୍ତର । ଯାହାକି ସ୍ୱାଭିମାନ ଅଂଚଳ ପାଇଁ ଏକ ଖୁସୀଖବର।

publive-image

ପୂର୍ବରୁ ଏହି ଅଂଚଳରେ ବିପଦରେ ଥିବା ପ୍ରସୂତୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଉଥିଲା,ଯାହାକି ସୁରକ୍ଷିତ ମନେ କରାଯାଉନଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି ଏବଂ ସ୍ଥାନୀୟ ମେଡିକାଲରେ ପ୍ରଥମ ଥର ଅସ୍ତ୍ରୋପଚାର କରି ପ୍ରସୂତୀ ମା ଓ ଶିଶୁଟିକୁ ମରଣ ମୁହଁରୁ ରକ୍ଷା କରାଯାଇଛି। ଡାକ୍ତର କହିଛନ୍ତି ମାଆ ଦେହ ଅତ୍ୟନ୍ତ ଖରାପ ଆଡକୁ ଗତି କରିବାରୁ ଅସ୍ତ୍ରୋପଚାର କରାଗଲା। ତେବେ ମା’ ସୁସ୍ଥ ଥିଲା ବେଳେ ଗର୍ଭ ଭିତରେ ଶିଶୁଟି ମଳ ଖାଇ ଦେଇ ଥିବା ଯୋଗୁଁ ଶିଶୁ ପୁତ୍ରଟି ମାଲକାନଗିରିକୁ ସ୍ଥାନାନ୍ତର କରାଯାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe