ଅତ୍ୟଧିକ ଫେସବୁକ୍ ବ୍ୟବହାର କରୁଛନ୍ତି କି ? ସାବଧାନ ଏହି ସମସ୍ୟାରେ ପଡିପାରନ୍ତି ।

48

ବିଶ୍ୱର ପ୍ରାୟତଃ ୮୦ ପ୍ରତିଶତ ଲୋକ ସୋସିଆଲ ମିଡିଆ ସହ ଜଡିତ । ଆଉ ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ବିଶେଷ କରି ଫେସବୁକର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି । ତେବେ ଏହାର ଅତି ମାତ୍ରାରେ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଆମ ଶରୀର ଉପରେ ହିଁ ପଡିଥାଏ । ଯଦି ଆପଣ ଏକଥା ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଏ କଥା ଜାଣିବାକୁ ମିଳିଛି । ତେବେ ବାରମ୍ବାର ଫେସବୁକ୍ ପୋଷ୍ଟର ‘ଲାଇକ’ ଅପ୍ସନ ଉପରେ ଚାପ ପକାଇବା ଓ ସୋସିଆଲ ନେଟୱର୍କିଂ ସାଇଟରେ ‘ଷ୍ଟାଟସ’ର ଅପଡେଟ୍ କରିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ପର୍ୟ୍ୟବେକ୍ଷଣରୁ ଜଣାପଡିଛି । ଅଧିକ ମାତ୍ରାରେ ଫେସବୁକ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ଶାରୀରିକ ଓ ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ ।କାଲିଫର୍ଣ୍ଣିଆ ୟୁନିଭରର୍ସିଟିର ଜଣେ ପ୍ରଫେସର ଓ ତାଙ୍କର କିଛି ସହଯୋଗୀ ମିଳିତ ଭାବରେ ଏକ ଗବେଷଣା କରିଥିଲେ ଯେଉଁଥିରେ ସେ ପାଖାପାଖି ୫,୨୦୦ ଫେସବୁକ୍ ବ୍ୟବହାରକାରୀଙ୍କୁ ତାଙ୍କ ଏହି ଗବେଷଣାରେ ସାମିଲ କରିଥିଲେ । ଆଉ ଏହା ପରେ ପ୍ରକାଶ ପାଇଥିଲା ଏଭଳି ଏକ ଭୟାନକ ରିପୋର୍ଟ । ରିପୋର୍ଟ ଅନୁସାରେ ,ଯେଉଁ ଲୋକମାନେ ‘ଲାଇକ’ ଅପ୍ସନକୁ ଅଧିକ ଥର ବ୍ୟବହାର କରିଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଅପେକ୍ଷାକୃତ ଖରାପ ଥିବା ଦେଖାଯାଇଥିଲା । ଏଥିସହ ଯେଉଁ ଲୋକମାନେ ସେମାନଙ୍କର ଫେସବୁକ ‘ଷ୍ଟାଟସ’ ବହୁବାର ଅପଡେଟ୍ କରୁଥିଲେ ସେମାନଙ୍କ ମାନସିକ ସ୍ଥିତିରେ ବହୁ ମାତ୍ରାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥିଲା । ଅର୍ଥାତ୍ ଏହାକୁ କମ ମାତ୍ରାରେ ବ୍ୟବହାର କରୁଥିବା ବ୍ୟକ୍ତି ଅପେକ୍ଷା ଏମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ବିଗୁଡି ଥିବାର ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ରିପୋର୍ଟରେ ଆଉ ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏହାର ଅତିମାତ୍ରାରେ ବ୍ୟବହାର ଶରୀରରେ ସୃଷ୍ଟି କରିଥାଏ ବିଭିନ୍ନ ଚର୍ମ ଜନିତ ସମସ୍ୟା ।