ଘରେ ହେଉ କିମ୍ବା ଦୋକାନରେ ବେଳେବେଳେ ସାଧାରଣ ଅପେକ୍ଷା ଏତେ ଅଧିକ ବିଜୁଳୀ ବିଲ୍ ଆସେ ଯାହାର କଳନା କେହି କରିନଥାନ୍ତି । ମିଟର ରେଟିଙ୍ଗ୍ ର ଏତେ ଅଧିକ ବିଲ୍ ଚଢିବା ସମସ୍ତଙ୍କ ପାଇଁ ଏକ ବଡ ଚିନ୍ତାର କାରଣ । ଆପଣ ବି ଯଦି ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆପଣଙ୍କୁ ଆମେ କିଛି ତରିକା ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ବାହାରି ପାରିବେ ।
ଯେତେ ବି କମ୍ପାନୀ ବିଜୁଳୀ ପ୍ରସ୍ତୁତ କରୁଛନ୍ତି ସେ ସବୁକୁ ଭାରତୀୟ ବିଦ୍ୟୁତ୍ ନିୟାମକ ଆୟୋଗ ତରଫରୁ ଉପଭୋକ୍ତାଙ୍କ ଠାରୁ ୩୦ ଦିନର ବିଜୁଳୀର ଟଙ୍କା ନେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହାପରେ ମଧ୍ୟ ମିଟର ରେଟିଙ୍ଗ୍ କରିବା ପାଇଁ ବିଜୁଳୀ ବିଭାଗର କର୍ମଚାରୀ ମନଇଚ୍ଛା ନିୟମ କରନ୍ତି ଏବଂ ଉପଭୋକ୍ତା ମଧ୍ୟ ଏଥିରେ ସମ୍ପୁର୍ଣ୍ଣ ବିଲ୍ ଦେଇ ଦିଅନ୍ତି ।
ତେବେ ଆସନ୍ତୁ ଜାଣିବା କିଭଳି କରିବେ ବିଜୁଳୀ ବିଲ୍ କମ୍ ?
୧ . ଘରେ ଇଲେକ୍ଟ୍ରୋନିକ୍ ଉପକରଣ ସହ ପାୱାର ଏକ୍ସଟେନସନ୍ କର୍ଡ ଯୋଡି ବ୍ୟବହାର କରନ୍ତୁ । ଧ୍ୟାନ ରଖନ୍ତୁ ରାତିରେ ଶୋଇବା ସମୟରେ ଏହାକୁ ବନ୍ଦ କରି ଶୁଅନ୍ତୁ ନଚେତ୍ କମ୍ପ୍ୟୁଟର,ଟି.ଭି.ପ୍ରିଣ୍ଟର ଆପଣଙ୍କ ବିଜୁଳୀ ବିଲ୍ କୁ ଅଧିକ ବଢାଇଦେବେ ।
୨ . ବିଜୁଳୀ ବଞ୍ଚାଇବାର ଆଉ ଏକ ତରିକା ହେଉଛି ସାମାନ୍ୟ ବଲବ୍ ସ୍ଥାନରେ କମ୍ପାକ୍ଟ ଫ୍ଲୋରୋସେଣ୍ଟ୍ ଲ୍ୟାମ୍ପ ଅର୍ଥାତ୍ ସିଏଫଏଲର ବ୍ୟବହାର କରନ୍ତୁ । ସିଏଫଏଲ ବଲବ୍ ୮୦ ପ୍ରତିଶତ ବିଜୁଳୀ ବ୍ୟବହାର କରିଥାଏ । ଏହା ୧୦ ରୁ ୧୫ ଗୁଣ ଅଧିକ ମଧ୍ୟ ଚାଲିଥାଏ ।
୩ . ତୃତୀୟଟି ହେଉଛି ଯଦି ଘରେ ପାଣି ଗରମ ପାଇଁ ୱାଟର ହିଟରର ବ୍ୟବହାର କରୁଛନ୍ତି ତେବେ ତାପମାନକୁ ୪୮ ଡିଗ୍ରୀରେ ସେଟ୍ କରିଦିଅନ୍ତୁ ।
୪ . ଫ୍ରିଜକୁ ନର୍ମାଲ୍ ମୋଡରେ ଚଲାନ୍ତୁ ଏବଂ ଫ୍ରିଜ୍ କୁ ଖାଲି ନରଖି ଭରପୁର ସାମଗ୍ରୀ ରଖନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/METER-1024x576-1.jpg)
/kanak/media/post_attachments/wp-content/uploads/2018/12/pre-paid-meters-2-300x225-1-300x225.gif)