ପୋଲିସ୍ ଦେଲା “ନ୍ୟୁଡ୍ ପେରେଡ୍”ର ସଜା ! ବଜାରରେ ଦୁର୍ବୁତ୍ତକୁ ଉଲଗ୍ନ କରି ଥାନାକୁ ନେଲା ପୋଲିସ୍ ।

32

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଲଜ୍ଜାକର ଘଟଣା ଏବଂ ଏହି ଘଟଣାର ପଛରେ ଯାହାର ହାତ ଅଛି ସେ ହେଉଛି ଖୋଦ୍ ପୋଲିସ୍ । ପଶ୍ଚିମ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା ଯାହା ସିସିଟିଭି ଫୁଟେଜରେ କଏଦ୍ ହୋଇଯାଇଛି ।
ଘଟଣାଟି ହେଉଛି ଇନ୍ଦ୍ରପୁରୀ ଅଞ୍ଚଳର । ଏଠାରେ ରହୁଥିବା ବିରେନ୍ଦ୍ର ନାମକ ଜଣେ ଅପରାଧି କିଛି ଦିନ ହେବ ଫେରାର ଥିଲେ । କୋର୍ଟ ତରଫରୁ ଆସାମୀକୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଧେଶ ଦିଆଯାଇଥିଲା । କିନ୍ତୁ ପୋଲିସ୍ ଆସାମୀକୁ ଗିରଫ କରିବା ସହ ତା’ ଇଜ୍ଜତକୁ ମଧ୍ୟ ବିଚ୍ ରାସ୍ତାରେ ନିଲାମ କରିଥିଲେ । ପୋଲିସ୍ ବିରେନ୍ଦ୍ରକୁ ଗିରଫ କରିବା ପାଇଁ ଯେତେବେଳେ ତା’ଘରକୁ ଗଲେ ସେତେବେଳେ ବିରେନ୍ଦ୍ର ଗାଧୋଇବା ଅବସ୍ଥାରେ ଉଲଗ୍ନ ଥିଲେ । ପୋଲିସକୁ ଦେଖି ଆସାମୀ ଜଣକ ପୁଣିଥରେ ପାଚେରୀ ଡେଇଁ ଯିବାକୁ ଉଦ୍ୟତ ହୁଅନ୍ତେ । ପୋଲିସ୍ ଆସାମୀକୁ ଧରିନେଲା ଏବଂ ସେହି ଅବସ୍ଥାରେ ୫୦୦ ମିଟର ଥାନା ପର୍ଯ୍ୟନ୍ତ ଆସାମୀକୁ ଚଲାଇ ଚଲାଇ ନେଲା ।
ଉକ୍ତ ସ୍ଥାନରେ ମହିଳା ପୋଲିସ କର୍ମଚାରୀ ମଧ୍ୟ ଥିଲେ । ବିରେନ୍ଦ୍ରଙ୍କ ସ୍ତ୍ରୀ ଗାମୁଛା ଏବଂ ଭଉଣୀ ପ୍ୟାଣ୍ଟ ସାର୍ଟ ନେଇ ତାଙ୍କ ପଛରେ ଦୌଡୁ୍ଥିବା ଦୃଶ୍ୟ ମଧ୍ୟ ସେଠାରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ବିରେନ୍ଦ୍ରଙ୍କୁ ଉଲଗ୍ନ ଅବସ୍ଥାରେ ନେଲାବେଳେ ସେଠାରେ ପ୍ରାୟ ୨୦୦ ଲୋକ ଥିଲେ ।