ଏବେ ଟପ୍ କଲେଜରେ ନାମଲେଖା ପାଇଁ ଆଉ ହନ୍ତସନ୍ତ ହେବେନି ମେଧାବୀ ଛାତ୍ରଛାତ୍ରୀ ! ହଟିବ କଟ୍ ଅଫ୍ ବ୍ୟବସ୍ଥା , ସାଧାରଣ ପରୀକ୍ଷା ଦେଇ କଲେଜରେ ନାମଲେଖାଇବେ ଛାତ୍ରଛାତ୍ରୀ ।

1,000

ଏବେ କଲେଜରେ ଆଡମିଶନ୍ କରିବାକୁ ହେଲେ ଆଉ କଟ୍ ଅଫ୍ ଭରସାରେ ରହିବେନି ଛାତ୍ରଛାତ୍ରୀ । ଯୁକ୍ତ ୨ ପରେ ପିଲାମାନଙ୍କୁ ଆଉ ଏ କଲେଜରୁ ସେ କଲେଜକୁ ମଧ୍ୟ ଦୌଡିବାକୁ ପଡିବ ନାହିଁ । କାରଣ ଦେଶର ସବୁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ସାଧାରଣ ପରୀକ୍ଷା (କମନ୍ ଟେଷ୍ଟ୍) ର ସୁବିଧା ହୋଇପାରେ । ସୂତ୍ର ଅନୁସାରେ , ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଖୁବଶୀଘ୍ର ଏଭଳି ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । ତେବେ ଏନେଇ କାଗଜପତ୍ରରେ ସବୁଜ ସଂକେତ ମିଳିଯାଇଥିଲେ ମଧ୍ୟ ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ । ଏକ ଖବରକାଗଜ ମୁୁତାବକ , ଏଚଆରଡି ବିଭାଗର ପ୍ରସ୍ତାବ ଅନୁସାରେ ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସୀ (NTA) ଏହି ସାଧାରଣ ପରୀକ୍ଷା ଆୟୋଜନ କରିବ । ଏନଟିଏ ନେଟ୍ ଏବଂ ଜେଆରଏଫ୍ ପରୀକ୍ଷା ମଧ୍ୟ ଆୟୋଜନ କରୁଛି । ଏବେ ଏହି ପ୍ରସ୍ତାବ ଉପରେ ଏକ ହାଇ ଲେବଲ୍ କମିଟି କାମ କରୁଛି ।

ଏଥିରେ କ’ଣ ହେବ ଲାଭ?

କମନ୍ ଟେଷ୍ଟ୍ ହେବା ଦ୍ୱାରା ବୋର୍ଡରେ ଅଧିକ ନମ୍ବର ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଅନ୍ଧ ଭଳି ପ୍ରତିଯୋଗିତା କରିବାକୁ ପଡିବ ନାହିଁ । ନିକଟରେ ୯୯ % ରୁ ଅଧିକ ନମ୍ବର ଆଣିବାର ପ୍ରଶ୍ନ ଉଠିଥିଲା । ସରକାର ମଧ୍ୟ ସଂସଦରେ ଏନେଇ ଚିନ୍ତାବ୍ୟକ୍ତ କରିଥିଲେ । ଏହାଦ୍ୱାରା ଟପ୍ କଲେଜର କଟ୍-ଅଫ୍ ଏତେ ଅଧିକ ହୋଇଯାଏ ଯେ ଅନେକ ମେଧାବୀ ଛାତ୍ରଛାତ୍ରୀ ଆଡମିଶନ୍ କରିବାରେ ପଛକୁ ରହିଯାନ୍ତି ।

କିଭଳି ହେବ କମନ୍ ଟେଷ୍ଟ ?

ନୂଆ ପ୍ରସ୍ତାବ ଅନୁସାରେ , କମନ୍ ଟେଷ୍ଟ ଆଧାରରେ ଛାତ୍ରଛାତ୍ରୀଙ୍କ ତାଲିକା ଜାରି କରାଯିବ । କଲେଜ ନିଜ ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ଦେଇପାରିବେ ।

ଶିକ୍ଷା ଲୋନ୍ କୁ ବି ନେଇ ହୋଇପାରେ ବଡ଼ ଘୋଷଣା :

ଏହାସହ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଶିକ୍ଷା ଲୋନ୍ ନେଉଥିବା ଲୋକଙ୍କ ୁ ମଧ୍ୟ ଆରାମ୍ ଦେଇପାରେ । ସରକାର ଏହି ଲୋନ୍ ପାଇଁ କିସ୍ତି ପଇଠ କରିବା ସମୟକୁ ପରିବର୍ତ୍ତନ କରିପାରେ । ସୂତ୍ର ଅନୁସାରେ , ଏବେ ଚାକିରୀ ମିଳିବା ପରେ ହିଁ ଶିକ୍ଷା ଲୋନ୍ କିସ୍ତି ପଇଠ କରିବା ସମୟ ଆରମ୍ଭ ହେବ ।