ହୋଟେଲରେ ମହିଳାଙ୍କ ସହ ଅଭଦ୍ରାମି କରି କ୍ରିକେଟରୁ ବାଦ୍ ପଡିଲେ ଏହି କ୍ରିକେଟର୍ ! ଏକବର୍ଷ ପାଇଁ ଖେଳିପାରିବେ ନାହିଁ କ୍ରିକେଟ୍ ।

1,380

ଚଳିତ ବର୍ଷ ବିଶ୍ୱକପ୍ ୨୦୧୯ କ୍ରିକେଟ୍ ଯେତିକି ରୋମାଞ୍ଚକର ହୋଇଛି ତା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଖେଳାଳୀଙ୍କ ବ୍ୟବହାର । ବିଶ୍ୱକପ୍ ଏବେ ଶେଷ ହୋଇନଥିବା ବେଳେ ଜଣେ ଖେଳାଳୀଙ୍କୁ ହୋଟେଲରେ ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ଏକ ବର୍ଷ ପାଇଁ ଟିମ୍ ରୁ ବାହାର କରିଦିଆଯାଇଛି । ଖୋଦ୍ ଆଇସିସି ଖେଳାଳୀଙ୍କୁ ବାହାର କରିଥିବା କଥା ଜଣାପଡିଛି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଫାଷ୍ଟ୍ ବୋଲର୍ ଆଫତାବ୍ ଆଲମ୍ ଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି । ତେବେ ବର୍ଷେ ପର୍ଯ୍ୟନ୍ତ ଏହି ଖେଳାଳୀଙ୍କୁ ନିୟମିତ ଭତ୍ତା ଏବଂ ଫିସ୍ ମଧ୍ୟ ବନ୍ଦ କରି ଦିଆଯାଇଛି ।

 

ଇଂଲଣ୍ଡର ସାଉଥେପଟନ୍ ହୋଟେଲରେ ଜଣେ ମହିଳା ଅତିଥିଙ୍କୁ ଅଭଦ୍ରାମି କରିବା ଘଟଣାରେ ଆଫତାବ୍ ଆଲମଙ୍କୁ ଆଫଗାନିସ୍ତାନ ଫେରିବାକୁ ପଡିଥିଲା । କିନ୍ତୁ ଘଟଣାକୁ ଘୋଡାଇବାକୁ ଯାଇ ଆଫଗାନିସ୍ତାନ କହିଥିଲା ଯେ ଆଇସିସିର ଆଚାର ସଂହିତା ଭାଙ୍ଗିବା କାରଣରୁ ଆଫତାବ୍ ଆଲମଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି ।