କରୋନା କବଳରେ କଳାକାର : ୩୪ ଘଣ୍ଟାରେ ୧୧ ବଲିଉଡ଼୍ ତାରକାଙ୍କୁ ଆକ୍ରାନ୍ତ କଲା କରୋନା  , ବଚ୍ଚନ ଏବଂ ଖେର୍ ପରିବାର ପରେ ଏବେ ଟିଭି ତାରକାଙ୍କୁ ବି କାବୁ କଲା କରୋନା । 

1,923

ସାରା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୁତାଣୁ । ମହାରାଷ୍ଟ୍ର , ଦିଲ୍ଲୀ , ଚେନ୍ନାଇ ଭଳି ବଡ଼ ବଡ଼ ସହରରେ ଅଧିକାଂଶ ଲୋକଙ୍କୁ କବଳିତ କରିଛି କରୋନା । ତେବେ ଏହାରି ଭିତରେ ବାଦ୍ ପଡ଼ିନାହାନ୍ତି ସିନେତାରକା ଏବଂ ତାଙ୍କ ପରିବାର । ମାତ୍ର ୩୪ ଘଣ୍ଟାରେ ବଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ଏବଂ ତାଙ୍କ ପରିବାର ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛନ୍ତି । ଖାଲି ସିନେତାରକା ନୁହଁ ଏବେ ଟେଲି ତାରକା ବି କୋଭିଡ଼୍ ଆକ୍ରାନ୍ତରେ ଆସିଛନ୍ତି ।

ବଚ୍ଚନ ପରିବାର : ୨ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ଼୍ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସମ୍ପୁର୍ଣ୍ଣ ପରିବାରର ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ପୁଅ ଅଭିଶେକ ଆକ୍ରାନ୍ତ ଥିବା ନେଇ ସ୍ପଷ୍ଟ ହୋଇଥିଲା ଏବଂ ଅନ୍ୟ ସମସ୍ତେ ନେଗେଟିଭ୍ ଆସିଥିଲେ । ପରେ ପରେ ଦ୍ୱିତୀୟଥର ପାଇଁ ଟେଷ୍ଟ୍ ହୋଇଥିଲା । ଯେଉଁଥିରେ ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅମିତାଭଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

ଖେର୍ ପରିବାର : ବଲିଉଡର ଦମଦାର୍ ଅଭିନେତା ଅନୁପମ୍ ଖେରଙ୍କ ଘରେ ମଧ୍ୟ ହେଲା କରୋନାର ପ୍ରବେଶ । ଅନୁପମଙ୍କ ମା’ , ଭାଇ ,ଭାଉଜ ଏବଂ ଭାଣିଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁପମ ଏବଂ ତାଙ୍କ ଭଣଜାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ତ୍ରୀ କିରଣ୍ ଖେର୍ ଘରଠାରୁ ଦୂରରେ ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୁର୍ଣ୍ଣ ଠିକ୍ ରହିିଛି ।  

 

ଟେଲି ଅଭିନେତାଙ୍କୁ କରୋନା : ଲୋକପ୍ରିୟ ଟିଭି ସିରିଏଲ୍ “କସୌଟି ଜିନ୍ଦଗି କି” ର ଅଭିନେତା ପାର୍ଥ ସମଥାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଯାହାପରେ ସିରିଏଲର ସୁଟିଂକୁ ଅଧାରୁ ହିଁ ବନ୍ଦ କରାଯାଇଛି । 

ସିନେମା ‘ଉଙ୍ଗଲୀ’ ର ଅଭିନେତ୍ରୀ ରେଚଲ୍ ହ୍ୱାଇଟଙ୍କୁ ବି କବଳିତ କରିଛି କରୋନା । ଟ୍ୱିଟରରେ ସେ ଏହାର ସୂଚନା ଦେଇଛନ୍ତି ଏବଂ ହୋମ୍ କ୍ୱାରେଣ୍ଟିନରେ ରହିଛନ୍ତି ।

ବାଲାଜୀ ଟେଲିଫିଲ୍ମସର ଭାଇସ୍ ପ୍ରେସିଡେଣ୍ଟ୍ ତନୁଶ୍ରୀ ଦାସଗୁପ୍ତାଙ୍କୁ ବି କରୋନା ପଜିଟିଭ୍ । ସେ ମଧ୍ୟ ସୋସିଆଲ୍ ମିଡିଆରେ ନିଜ ସ୍ୱାସ୍ଥ୍ୟକୁ ନେଇ ଅପଡେଟ୍ ଦେଇଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।