ଯେଭଳି ବାହାଦୂର ଜଣେ ଯବାନ୍ ଥାଆନ୍ତି ସେହିଭଳି ସାହସୀ ତାଙ୍କ ପତ୍ନୀ ମଧ୍ୟ ହୋଇଥାନ୍ତି ! ଯାହାଙ୍କ ଧର୍ଯ୍ୟକୁ ସଲାମ୍ କରୁଛି ପୁରା ଦେଶ ।

185

ଦେଶସେବାରେ ସବୁବେଳେ ନିଜକୁ ନିୟୋଜିତ ରଖୁଥିବା ଯବାନଙ୍କ ଜୀବନ ଯେ କେତେ ଲମ୍ବା ତାହା କେହି ମଧ୍ୟ କହିପାରିବେ ନାହିଁ । କିନ୍ତୁ ଏହି ଯବାନଙ୍କ ବିନା ତାଙ୍କ ପରିବାର ସଦସ୍ୟ ଯେ କିଭଳି ରୁହନ୍ତି ତାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ଖାସ୍ କରି ସହିଦଙ୍କ ପତ୍ନୀ ଯାହାଙ୍କ ଉପରେ ସମ୍ପୁର୍ଣ୍ଣ ପରିବାର ସମ୍ଭାଳିବାର ଦାୟିତ୍ୱ ରହିଥାଏ । ଏମିତି କି ପିଲାଙ୍କୁ ବାପାଙ୍କ ବିରତା ଉପରେ ମଧ୍ୟ କହିବାର ଦାୟିତ୍ୱ ମଧ୍ୟ ଜଣେ ସହିଦଙ୍କ ପତ୍ନୀ ଉପରେ ଥାଏ । ଜଣେ ସହିଦଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ବିରତାକୁ ନେଇ ସବୁବେଳେ ଗର୍ବ କରିଥାନ୍ତି ତାଙ୍କ ଆଖିରେ ଅଶ୍ରୁ ବଦଳରେ ସ୍ୱାମୀଙ୍କ ପାଇଁ ଗର୍ବିତ ଭାବନା ଦେଖାଦେଇଥାଏ । କେହି କେହି ନୂଆ କରି ବିବାହ କରିଥିବା ବେଳେ କେହି ଖୁବ୍ କମ୍ ଦିନରେ ମାତୃତ୍ୱ ଲାଭ କରିଛନ୍ତି ଏବଂ ଜୀବନର ପ୍ରାରମ୍ଭ ସମୟରେ ହିଁ ମଥାରୁ ସିନ୍ଦୁର ପୋଛିବାର ଦୁଃଖ କିନ୍ତୁ ଦୁଃଖକୁ ଗର୍ବର ଭାବ ସ୍ୱରୁପ ଗ୍ରହଣ କରିବା ତାହା ଜଣେ ସହିଦ୍ ପତ୍ନୀଙ୍କ ଠାରୁ ଅବା ଆଉ କିଏ ଜାଣିପାରିବ । ଦେଶର ବୀର ଯବାନ୍ ନିଜ କର୍ତ୍ତବ୍ୟ ପୂରଣ କରିବାକୁ ଯାଇ ଦେଶ ପାଇଁ ଜୀବନ ଦେଲେ କିନ୍ତୁ ତାଙ୍କ ପଛରେ ଛାଡି ଯାଇଥିବା ତାଙ୍କ ପରିବାରର ହେବ କ’ଣ? ସହିଦ୍ ଯବାନଙ୍କ ପତ୍ନୀମାନେ ଗତ କିଛି ଦିନ ହେଲା ସମ୍ପୁର୍ଣ୍ଣ ଦେଶରେ ଧର୍ଯ୍ୟ ଏବଂ ଶକ୍ତିର ଅନନ୍ୟ ଉଦାହରଣ ଦେଇଛନ୍ତି । ଏଭଳି ଏକ ସମୟରେ ଯେତେବେଳେ ଲୋକମାନେ ଧର୍ଯ୍ୟହରା ହୋଇପଡନ୍ତି ସେତେବେଳେ ଏହି ମହିଳାମାନେ ଧର୍ଯ୍ୟ ଧରି କିଭଳି ଶକ୍ତ ହୋଇ ନିଜ ସନ୍ତାନ ଏବଂ ଶାଶୂ , ଶ୍ୱଶୁରଙ୍କୁ ସମ୍ଭାଳିଛନ୍ତିି ତାହା ଭାରତବାସୀ ଦେଖିଛନ୍ତି ।

ନିକିତା କୋଲ୍ : ବୀର ବିଭୂତି ମରିନାହାନ୍ତି , ସମସ୍ତଙ୍କୁ କହିବି

୧୦ ମାସ ପୂର୍ବରୁ ବିବାହ କରିଥିବା ଦେହରାଦୁନର ମେଜର୍ ବିଭୂତି ଶଙ୍କର ଢୋଣ୍ଡିୟାଲଙ୍କ ଅନ୍ତିମ ବିଦାୟରେ ଯେଭଳି ପତ୍ନୀ ନିକିତା ଧର୍ଯ୍ୟର ସହ ପତୀଙ୍କୁ ବିଦାୟ ଦେଲେ ସେଥିରୁ ଆପଣ ବୁଝିପାରୁଥିବେ ଯେ ମଣିଷର ଧର୍ଯ୍ୟ ଧରିବା ଶକ୍ତି କିଭଳି ହୋଇଥାଏ । ନିକିତା କହିଥିଲେ , ମୋତେ ବିଭୂତି ଉପରେ ଗର୍ବ ଅଛି , ଆମେ ତୁମକୁ ଖୁବ୍ ଭଲପାଉ । କିନ୍ତୁ ଆପଣଙ୍କ ଭଲ ପାଇବା ଶୈଳୀ ହିଁ ଭିନ୍ନ ଆପଣ ସେହିମାନଙ୍କ ପାଇଁ ବଳିଦାନ ଦେଲେ ଯାହାଙ୍କୁ କେବେ ବି ଭେଟିନାହଁ । ତୁମେ ଜଣେ ସାହସୀ ବ୍ୟକ୍ତି । ତୁମର ପତ୍ନୀ ହେବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ମୋର ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ତୁମକୁ ଭଲପାଇବି । ଏହା ଦୁଃଖର କଥା ଯେ ତୁମେ ବିଦାୟ ନେଉଛ କିନ୍ତୁ ତୁମେ ସବୁବେଳେ ଆମ ଆଖପାଖରେ ଥିବ । ମୁଁ ଆମ ପରିବାର ସହିତ ଜଡିତ ଥିବା ଲୋକଙ୍କୁ ଧର୍ଯ୍ୟହରା ହେବାକୁ ଦେବିନାହିଁ । ଏହାପରେ ସେ କିଭଳି ମୁଁ ତୁମକୁ ଭଲପାଏ କହି ସ୍ୱାମୀଙ୍କୁ ଶେଷ ବିଦାୟ ଦେଇଥିଲେ ।

ଗୌରୀ ମହାଦିକ : କଂପାନୀ ସେକ୍ରେଟାରୀର ଚାକିରୀ ଛାଡି ସେନାରେ ଭର୍ତ୍ତିି ହେବାକୁ ଚାଲିଲେ ।

୩୧ ବର୍ଷୀୟ ମେଜର୍ ପ୍ରସାଦ୍ ମହାଦିକ ଡିସେମ୍ବର ୨୦୧୭ ରେ ଅରୁଣାଞ୍ଚଳ ସୀମା ଚୀନ୍ ବୋର୍ଡରରେ ସହିଦ୍ ହୋଇଯାଇଥିଲେ । ତାଙ୍କ ପତ୍ନୀ ଗୌରୀ ମହାଦିକ ସ୍ୱାମୀଙ୍କ ବଳିଦାନର ଶୋକକୁ ନିଜର ଧର୍ଯ୍ୟ ବନାଇଲେ ଏବଂ କଂପାନୀ ସେକ୍ରେଟାରୀର ଚାକିରୀ ଛାଡି ସଶସ୍ତ୍ର ବଳରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ପତୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଏହି ମହିଳା ଜଣକ ଏବେ ଆର୍ମି ଜଏନ୍ କରିବେ ।

ପ୍ରିୟଙ୍କା : ଅଢେଇ ବର୍ଷର ଛୁଆକୁ ସେନାରେ ପଠାଇବା ପାଇଁ ପ୍ରତିଜ୍ଞା

ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ମେରଠର ଅଜୟ କୁମାରଙ୍କ ପତ୍ନୀ ପ୍ରିୟଙ୍କା ସ୍ୱାମୀଙ୍କ ବିୟୋଗରେ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ ହେଁ ନିଜ ଅଢେଇ ବର୍ଷର ଛୁଆକୁ ସେନାରେ ଭର୍ତ୍ତି କରାଇବା ପାଇଁ ପ୍ରତିଜ୍ଞା କରିଛନ୍ତି । ଅଜୟଙ୍କ ଇଚ୍ଛା ଥିଲା ଯେ ତାଙ୍କ ପୁଅ ବୋର୍ଡିଙ୍ଗରେ ପଢି ଜଣେ ସେନା ଅଫିସର ହୁଅନ୍ତୁ । ପ୍ରିୟଙ୍କା ଏବେ ପତୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।

ଗଟ୍ଟୁ ଦେବୀ : ସହିଦ୍ ସ୍ୱାମୀଙ୍କ ସ୍ମରଣରେ ୫୭ ବର୍ଷ ପର୍ଯ୍ୟନ୍ତ ଯେ ସଧବା ରହିଛନ୍ତି

୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ଯୋଧପୁରର ଯବାନ୍ ଭୀକାଡାମ୍ ତାଡା ସହିଦ୍ ହୋଇଥିଲେ । ତାଙ୍କ ପତ୍ନୀ ଗଟ୍ଟୁ ଦେବୀ ତାଙ୍କୁ କେବେ ସହିଦ୍ ମାନିନଥିଲେ । ସ୍ୱାମୀଙ୍କୁ ଜୀବିତ ମାନି ୫୭ ବର୍ଷ ପର୍ଯ୍ୟନ୍ତ ସେ ସଧବା ରହିଛନ୍ତି । ଏହା ଏଥିପାଇଁ ଯେ ସହିଦ୍ ମରିନଥାନ୍ତି ଅମର ରୁହନ୍ତି ଏବଂ ଅନ୍ୟ ଏକ କଥା ହେଉଛି ସ୍ୱାମୀଙ୍କ ପାର୍ଥିବ ଶରୀର ମଧ୍ୟ ଘରକୁ ଆସିନଥିଲା । ସେ ସ୍ୱାମୀଙ୍କ ଜୀବିତ ଥିବା କଥା କହି କେବେ ମଧ୍ୟ ମୁଣ୍ଡରୁ ସିନ୍ଦୁର ପୋଛି ନଥିଲେ ।