ସିନେମାରେ ପଡିଲା ଭାଇରସ୍ ର ପ୍ରଭାବ : କରୋନା ଭାଇରସ୍ ପାଇଁ ସିନେମାରେ ବନ୍ଦ ହେଲା ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ । 

455

କରୋନା ଭାଇରସ୍ କାରଣରୁ ଦୁନିଆରେ ୯୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ସାରା ଦୁନିଆରେ ୪୦ ,୫୫୪ ଲୋକ ଏହି ଭୟଙ୍କର ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ତାଇବାନ୍ ପକ୍ଷରୁ ସିନେମା ପରଦାରେ ରୋମାନ୍ସ , ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର କଥାବାର୍ତ୍ତାର ଦୃଶ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ବ୍ୟାପିବାର ଡରରେ ତାଇବାନ୍ ସିନେ ଏବଂ ଟେଲିଭିଜନ୍ ଜଗତରେ ଚୁମ୍ବନ ଦୃଶ୍ୟ ଉପରେ ରୋକ ଲଗାଯାଇଛି । ସୁଟିଂ ସମୟରେ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ପାଖରେ ବସି କଥାବାର୍ତ୍ତା ହେବାକୁ ମଧ୍ୟ ବାରଣ କରାଯାଉଛି । ତାଇବାନ୍ ରେ ସିନେମା ସୁଟିଂକୁ ଜାରୀ ରହିଥିବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ନ କରିବା ପାଇଁ ଆଦେଶ ଦିଆଯାଇଛି । ତାଇବାନ୍ ର ଫୋରମୋସା ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ଗୋଲ୍ଡ ସିଟିର ଅଭିନେତ୍ରୀ ମିୟା ଚିଉ ଏବଂ ଅଭିନେତା ଜୁନ୍ ଫୁଙ୍କ ଭିତରେ ଅନେକ ଚୁମ୍ବନ ଦୃଶ୍ୟ ରହିଥିବା ବେଳେ ବର୍ତ୍ତମାନ ଭୁତାଣୁ ବ୍ୟାପିବା ଭୟରେ ଦୁହେଁ ଏଭଳି ସିନ୍ କରିବେ ନାହିଁ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ସିନେମା ନିର୍ମାଣ ସହ ଜଡିତ ହୋଇଥିବା ଅନ୍ୟ କଳାକାର ଏବଂ ସଦସ୍ୟଙ୍କୁ ମାସ୍କ ଲଗାଇ ରହିବାକୁ କୁହାଯାଉଛି ।

ସୂଚନା ମୁତାବକ , ଚୀନ୍ ରେ ଏବେ ପର୍ଯ୍ୟନ୍ତ ୯୧୦ ଜଣ ଲୋକଙ୍କ ଜୀବନ ନେଲାଣି କରୋନା । ଅନ୍ୟପକ୍ଷରେ ୪୦ ,୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଛି କରୋନା । କରୋନା ଭାଇରସ୍ ଏବେ ପର୍ଯ୍ୟନ୍ତ ଦୁନିଆର ୨୮ ଟି ଦେଶରେ ବ୍ୟାପିଗଲାଣି । ଏବେ ପର୍ଯ୍ୟନ୍ତ ୧୭ ଟି ଦେଶ ଚୀନ୍ ରୁ ନିଜର ୪୨୨୨ ସୁସ୍ଥ ନାଗରିକଙ୍କୁ ବାହାର କରିବାରେ ସଫଳ ହୋଇସାରିଛନ୍ତି । ଅନେକ ଦେଶ ଏବେ ବି ଚୀନ୍ ରୁ ନାଗରିକଙ୍କୁ ବାହାର କରିବାକୁ ଚେଷ୍ଟା ଚଲାଇଛି । ଏପଟେ ସରକାର ମଧ୍ୟ କରୋନାର ନୂଆ ଏବଂ ପୁରୁଣା ନାଁ ବାହାର କରିସାରିଛନ୍ତି । ବର୍ତ୍ତମାନ ଏହି ଭାଇରସ୍ ର ନାଁ ‘ନୋବେଲ୍ କରୋନା ଭାଇରସ୍ ନିମୋନିଆ’ କିମ୍ବା ‘ଏନସିପି’ ନାମରେ ଜଣାଯିବ ।