ସାମ୍ବାଦିକଙ୍କ ଆଗରେ ହେଲା ଲାଇଭ୍ ଏନକାଉଣ୍ଟର ! ଭିଡିଓରେ ଏଭଳି ଦୃଶ୍ୟକୁ କଏଦ୍ କରିବାକୁ ଆଗରୁ ଡାକରା ଦେଇଥିଲା ପୋଲିସ୍ ।

ସାମ୍ବାଦିକଙ୍କ ଆଗରେ ହେଲା ଲାଇଭ୍ ଏନକାଉଣ୍ଟର ! ଭିଡିଓରେ ଏଭଳି ଦୃଶ୍ୟକୁ କଏଦ୍ କରିବାକୁ ଆଗରୁ ଡାକରା ଦେଇଥିଲା ପୋଲିସ୍ ।

image courtesy : eBay

ସତ ସତିକା ଏନ୍କାଉଣ୍ଟର୍ ଦେଖିବା ସହ ଭିଡିଓ ସୁଟିଙ୍ଗ୍ କରିବାକୁ ଗୁରୁବାର ସକାଳ ପ୍ରାୟ ୬ଟା ୪୫ ମିନିଟ୍ରେ ଆଲିଗଡ଼ ଜିଲ୍ଲାର ଅଳ୍ପ କେତେକ ସମ୍ବାଦିକଙ୍କୁ ଫୋନ୍ କରି ମାଚୁଆ ଗାଁ’ରେ ପହଞ୍ଚିବାକୁ ଫୋନ୍ କଲେ ହର୍ଦୁଆଗଞ୍ଜ ଥାନାର ପୁଲିସ । ୧୫ ମିନିଟ୍ ଭିତରେ ଏ ଖବର ନିଆଁ ଭଳି ବ୍ୟାପିଗଲା। ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର୍ ଦୂର ଘଟନାସ୍ଥଳରେ ହାଜର ହୋଇଗଲେ ଅନେକ ସ୍ଥାନୀୟ ଓ ଜାତୀୟସ୍ତରର ସାମ୍ବାଦିକ। ଦେଖିଲେ କିଛି ପୁଲିସ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଆଉ କିଛି ୟୁନିଫର୍ମ ଏବଂ ଆହୁରି କେତେକ ଟି-ସାର୍ଟ ପିନ୍ଧି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି। ତା’ପରେ ସେମାନେ ଜଳସେଚନ ବିଭାଗର ଏକ ପରିତ୍ୟକ୍ତ କୋଠାକୁ ଘେରି ଯାଇ ଅସ୍ତ୍ରଶସ୍ତ୍ର ଧରି ସେଠାରେ ଛପି ଥିବା ମୁସ୍ତାକିମ୍ ଏବଂ ନୌସାଦ ନାମ୍ନା ଦୁଇ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

publive-image

ପୁଲିସଙ୍କ କହିବାନୁସାର, ମରାଯିବା ପୂର୍ବରୁ ଦୁହେଁ ୩୪ ରାଉଣ୍ଡ୍ ଗୁଳି ମାରି ସାରିଛନ୍ତି। ଏନ୍କାଉଣ୍ଟର୍ ଦେଖିବାକୁ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରିବାରେ ଏହା ହେଉଛି ଭାରତରେ ପ୍ରଥମ ଘଟଣା। ଏନ୍କାଉଣ୍ଟର୍ସ୍ଥଳୀ ଠାରୁ ଅନ୍ୟୂନ ୧୦୦ ମିଟର୍ ଦୂରରେ ରହିବାକୁ ସାମ୍ବାଦିକ ଓ ଫଟୋଗ୍ରାଫରମାନଙ୍କୁ ପୁଲିସ କହିଥିଲା। ସାମ୍ବାଦିକମାନଙ୍କ ମଧ୍ୟରୁ କେହି ବୁଲେଟ୍-ପ୍ରୁଫ୍ ପୋଷାକ କିଂବା ହେଲ୍ମେଟ୍ ପିନ୍ଧି ନ ଥିଲେ।

ଆଲିଗଡ଼ ସିଟି ଏସ୍ପି ଅତୁଲ ଶ୍ରୀବାସ୍ତବ କହନ୍ତି: ଅଟକିବାକୁ କୁହା ଯାଇଥିଲେ ମଧ୍ୟ ମୁସ୍ତାକିମ୍ ଏବଂ ନୌଶାଦ ପୁଲିସ ଟିମ୍ ଆଡ଼କୁ ଗୁଳି ଫୁଟାଇ ପଳାଇଥିଲେ। ହର୍ଦୁଆଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀ ବିନୋଦ କୁମାର ସେମାନଙ୍କୁ ଅନୁଧାବନ କରିଥିଲେ ମଧ୍ୟ, ସେମାନେ ପରିତ୍ୟକ୍ତ କୋଠା ମଧ୍ୟରେ ଛପି ଯାଇଥିଲେ। ପରେ ସେ କୋଠକୁ ଅତିରିକ୍ତ ଫୋର୍ସ ଘେରାଉ କରିଥିଲେ। ୩୨ ଏବଂ ୩୧୫ ଦେଶୀ ପିସ୍ତଲ ରଖିଥିବା ମୁସ୍ତାକିମ୍ ଓ ନୌଶାଦଙ୍କ ସହ ମୁକାବିଲା କରିବାକୁ ପାଖ ଥାନାର ପୁଲିସମାନଙ୍କୁ ଡକା ଯାଇଥିଲା। ଅଭିଯାନ ଶେଷ ହେବା ପରେ ଘଟନାସ୍ଥଳରୁ ୪ଟି ଅଫୁଟା କ୍ୟାଟ୍ରିଜ୍ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଆଲିଗଡ଼ ଏସ୍ଏସ୍ପି ଅଜୟ କୁମାର ସାହିନି କହନ୍ତି: ସାମ୍ବାଦିକମାନଙ୍କୁ ହତ୍ୟାକାଣ୍ଡ ଦେଖିବାକୁ ଆମନ୍ତ୍ରଣ କରିବାରେ କୌଣସି ଅସୁବିଧା ନ ଥିଲଶ। ଆମେ ସାମ୍ବାଦିକମାନଙ୍କୁ ସଜଖବର ଦେବାକୁ ଚାହୁଁଥିଲୁ। ତା’ଛଡ଼ା ପ୍ରତ୍ୟେକ ଏନ୍କାଉଣ୍ଟ୍ର ସବିଶେଷ ବିବରଣୀ ଗଣମାଧ୍ୟକୁ ଦେବାକୁ ଆମକୁ ଉପରୁ ଆଦେଶ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe