ଲଜ୍ଜା ନିବାରଣ ସାଙ୍ଗକୁ ଶରୀରରେ ଭିନ୍ନ ଭିନ୍ନ ଷ୍ଟାଇଲର ପୋଷାକ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ସେ ଶୀତ ହେଉ ଗ୍ରୀଷ୍ମ କିମ୍ବା ବର୍ଷା କିନ୍ତୁ ଭଳିଭଳିକା ରଙ୍ଗ ଏବଂ ଡିଜାଇନ୍ ଡ୍ରେସ୍ ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଏବେକାର ମହଙ୍ଗା ଜମାନାରେ ଡ୍ରେସ୍ ଟିଏ କିଣିବା ମାନେ ହଜାରରୁ ଅଧିକ ଟଙ୍କା ଗଣିବାକୁ ପଡେ । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ କିଛି ଲୋକ କିଣିବାରୁ ପଛଘୁଞ୍ଚା ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ବଜାର କଥା କହିବାକୁ ଯାଉଛୁ ଯେଉଁଠାରେ ଲେଦର୍ ଜ୍ୟାକେଟ୍ ୧୦୦ ଟଙ୍କାରେ ତ ବ୍ରାଣ୍ଡେଡ୍ ଜିନ୍ସ ମାତ୍ର ୮୦ ଟଙ୍କାରେ ମିଳେ । କ’ଣ ହୋଇଗଲେ ନା ଆଶ୍ଚର୍ଯ୍ୟ । ଆଜ୍ଞା ହଁ ଏଭଳି ଏକ ବଜାର ରହିଛି ଯେଉଁଠିକୁ ଥରେ ଗଲେ ଆପଣ କେବେ ଅସନ୍ତୁଷ୍ଟ ହୋଇ ଫେରିବେ ନାହିଁ ।
ଦିଲ୍ଲୀର ଗାନ୍ଧିନଗରରେ ରହିଛି ଏକ ମାର୍କେଟ୍ ଯେଉଁଠି ୧୫ ହଜାର ଦୋକାନ ରହିଛି । ଏଠାରେ ବ୍ରାଣ୍ଡେଡ୍ ପୋଷାକ ମଧ୍ୟ ଖୁବ୍ କମ୍ ଟଙ୍କାରେ ଉପଲବ୍ଧ ହୋଇଥାଏ । ଥୋକ୍ ମାର୍କେଟ୍ ନାଁରେ ଖ୍ୟାତ ଏହି ମାର୍କେଟ୍ ରେ ପିଲାଙ୍କ ପାଇଁ ମାତ୍ର ୫୦ ଟଙ୍କାରେ ଆପଣ ଡ୍ରେସ୍ ପାଇପାରିବେ ଏହାର ଗୁଣବତ୍ତା ମଧ୍ୟ ଖୁବ୍ ଭଲ । ବଡ ମାନଙ୍କ ପାଇଁ ଜ୍ୟାକେଟ୍ , ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୦୦ ଏବଂ ପୁରୁଷଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୨୦ ଟଙ୍କାରେ କିଣିପାରିବେ । ଏଠାରେ ୪ ଟି ବଜାର ରହିଛି ସରୋଜିନୀ ମାର୍କେଟ୍ , ଚାନ୍ଦିନୀ ଚୌକ , କରୋଲ ବାଗ ଏବଂ ଶାହଦରାରେ ମଧ୍ୟ ଖୁବ୍ କମ୍ ଟଙ୍କାରେ ଡ୍ରେସ୍ ମିଳିଯାଏ ।
ଲୁଧିୟାନାର ଏକ ଶସ୍ତା ବଜାର : ଦିଲ୍ଲୀ ପରେ ଲୁଧିୟାନାରେ ଖୁବ୍ କମ୍ ଟଙ୍କାରେ ପୋଷାକ ବିକ୍ରି ହୁଏ । ଘୁମର ମଣ୍ଡୀ ଏବଂ କରିମପୁରା ବଜାରରେ ଖୁବ୍ ଶସ୍ତା ପୋଷାକ ଉପଲବ୍ଧ ହୁଏ । ପାର୍ଟିରେ ପିନ୍ଧା ଯାଉଥିବା ବସ୍ତ୍ର ୩୦୦ ରୁ ୪୦୦ ଟଙ୍କାରେ ମିଳିଯାଏ । ୧୦୦୦ ସଂଖ୍ୟକ ଦୋକାନ ଥିବା ଏହି ବଜାରରେ ୫୦ ପ୍ରତିଶତ ରିହାତି ମିଳିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/BAZAR.jpg)
/kanak/media/post_attachments/wp-content/uploads/2019/01/khan-market-300x199.jpg)
/kanak/media/post_attachments/wp-content/uploads/2019/01/gandhi-nagar-2-300x152.jpg)
/kanak/media/post_attachments/wp-content/uploads/2019/01/7631082018012431-300x150.jpg)