ଇସ୍ରୋର ଦ୍ୱିତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରାୟନ୍ -୨ ର ଲଂଚିଙ୍ଗ୍ ଯାନ୍ତ୍ରିକ ତୃଟି ଯୋଗୁଁ ସ୍ଥଗିତ ରଖାଯାଇଛି । ଲଞ୍ଚ୍ ରୁ ୫୬.୨୪ ମିନିଟ୍ ପୂର୍ବରୁ ଚନ୍ଦ୍ରାୟନ୍ -୨ ର କାଉଣ୍ଟ୍ ଡାଉନକୁ ରୋକି ଦିଆଯାଇଛି । ଜୁଲାଇ ୧୫ ତାରିଖ ୨.୫୧ ସମୟରେ ଚନ୍ଦ୍ରାୟନ୍ -୨ ପାଇଁ ଦେଶର ଶକ୍ତିଶାଳୀ ବାହୁବଳୀ ରକେଟ୍ ଏଝଖଠ-ଗକ୩ କୁ ଲଞ୍ଚ୍ କରାଯିବାକୁ ଥିଲା । ଇସ୍ରୋର ସୂତ୍ର ମୁତାବକ ଯେଉଁ ସମୟରେ କାଉଣ୍ଟ୍ ଡାଉନକୁ ରୋକାଗଲା ସେତେବେଳେ କାର୍ଯ୍ୟଜୈନିକ ଇଞ୍ଜିନ୍ ଏବଂ ଚନ୍ଦ୍ରାୟନ୍ -୨ କୁ ଯୋଡୁଥିବା ଲଞ୍ଚ୍ ହ୍ୱିକଲ୍ ଲଞ୍ଚ୍ ପାଇଁ ଫିଟ୍ ନ ହେବାରୁ ଲଞ୍ଚ୍ କୁ ସ୍ଥଗିତ ରଖାଗଲା । ବର୍ତ୍ତମାନ ବୈଜ୍ଞାନିକ ଏଥିରେ କ’ଣ ତୃଟି ରହିଥିଲା ତାହାକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତିି । ଯଦି ୪ ଦିନ ଭିତରେ ତୃଟିକୁ ଖୋଜି ଏହାକୁ ଠିକ୍ ନ କରାଯାଏ ତେବେ ୩ ମାସ ପାଇଁ ଏହାର ଲଂଚିଙ୍ଗ୍ ସମୟ ଘୁଂଚିଯିବ ।
ସର୍ବପ୍ରଥମେ ରକେଟ୍ ରୁ ଇନ୍ଧନ ବାହାର କରାଯାଇ ଏହାକୁ ଭଲଭାବେ ଚେକ୍ କରାଯିବ । ରକେଟକୁ ଚନ୍ଦ୍ରାୟନ୍ -୨ ରୁ ଅଲଗା କରାଯିବ । ଏହାପରେ ଆନାଲିସିସ୍ କମିଟି ଟେକନିକ୍ ରେ କ’ଣ ତୃଟି ରହିଛି ତାହା ଖୋଜି ବାହାର କରିବେ । ଏହାପରେ ଆଗାମୀ ତାରିଖ ଘୋଷଣା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/CH.jpg)
/kanak/media/post_attachments/wp-content/uploads/2019/07/download-4-300x158.jpg)