ସିଏଏକୁ ନେଇ ହିଂସାତ୍ମକ ପ୍ରଦର୍ଶନ : ଉତ୍ତରପ୍ରଦେଶରେ ୧୩୦ ବିକ୍ଷୋଭକାରୀଙ୍କୁ ନୋଟିସ୍ , ପ୍ରତ୍ୟେକଙ୍କ ଠାରୁ ୫୦ ଲକ୍ଷ ଟଙ୍କା କରାଯିବ ଆଦାୟ

ସିଏଏକୁ ନେଇ ହିଂସାତ୍ମକ ପ୍ରଦର୍ଶନ : ଉତ୍ତରପ୍ରଦେଶରେ ୧୩୦ ବିକ୍ଷୋଭକାରୀଙ୍କୁ ନୋଟିସ୍ , ପ୍ରତ୍ୟେକଙ୍କ ଠାରୁ ୫୦ ଲକ୍ଷ ଟଙ୍କା କରାଯିବ ଆଦାୟ

ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ‘ସିଏଏ’ ବିରୋଧୀ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣ ବ୍ୟକ୍ତିଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ‘ରିକଭରି ନୋଟିସ୍’ ପଠାଇଛନ୍ତି। ଦଙ୍ଗା ସମୟରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ସେମାନେ ୫୦ ଲକ୍ଷ ଟଙ୍କା ଯାଏଁ ଭରଣା କରିବେ। ତାହା ନ କଲେ ସେମାନଙ୍କ ସମ୍ପତ୍ତି ‘ଆଟାଚ୍’ କରାଯିବ। ପ୍ରତିବାଦ ସମୟରେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ବୁଧବାର ଦିନ ରାମପୁରର ୨୮ଜଣ, ସାମ୍ଭାଲରେ ୨୬, ବିଜନୋର୍ ୪୩ଜଣ ଏବଂ ଗୋରଖପୁରରେ ୩୩ ଜଣ ବ୍ୟକ୍ତିଙ୍କ ନିକଟକୁ ନୋଟିସ ପଠାଯାଇଛି।

publive-image

ରାମପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଅଞ୍ଜନେୟ କୁମାର ସିଂହ କହିଛନ୍ତି : ଫଟୋ ଓ ଭିଡିଓରୁ ଦେଖି ଟେକାପଥର ଫିଙ୍ଗୁଥିବା ଏବଂ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ନିକଟକୁ ହିଁ ନୋଟିସ ପଠାଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ଠାରୁ ଜବାବ ତଲବ କରାଯାଇଛି। ପିଡବ୍ଲୁଡି, ଟ୍ରାନ୍ସପୋର୍ଟ, ନଗର ପାଳିକା ପରିଷଦ୍ ଏବଂ ପୋଲିସ୍ ଲାଇନ୍ ସମେତ ହିଂସାକାଣ୍ଡ ବେଳେ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସରକାରୀ ବିଭାଗଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯେଉଁ ୨୮ ଜଣଙ୍କ ନିକଟକୁ ନୋଟିସ ପଠାଯାଇଛି, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ପୂର୍ବରୁ ଗିରଫ କରାଯାଇଛି।publive-image

ରାମପୁରରେ ୧୪. ୮୬ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନୋଟିସ୍ରେ ଉଲ୍ଲେଖ କରାଯାଇଛି। ସାମ୍ଭାଲ ଜିଲ୍ଲାରେ ପ୍ରାୟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୃଷ୍ଣସିଂହ କହିଛନ୍ତି। ବିଜନୋର ଜିଲ୍ଲାରେ ୧୯. ୭ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍ ରମାକାନ୍ତ ପାଣ୍ଡେ କହିଛନ୍ତି।ସମ୍ପୃକ୍ତ ଥାନାରେ ହାଜର ହେବାକୁ ଗୋରଖପୁର ଦଙ୍ଗା ଅଭିଯୁକ୍ତଙ୍କୁ ନୋଟିସ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe