ଭାରତରେ ଭଗବାନ ଶିବଙ୍କ ଅନେକ ଅଦ୍ଭୁଦ ମନ୍ଦିର ରହିଛି । ଏହି ମନ୍ଦିର ଭିତରୁ ଗୋଟିଏ ହେଉଛି କୁଲ୍ଲୁରେ ଥିବା ବିଜୁଳୀ ମହାଦେବ । କୁଲ୍ଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଂଗମ ପାଖରେ ଥିବା ଉଚ୍ଚ ପର୍ବତ ଉପରେ ବିଜୁଳୀ ମହାଦେବଙ୍କ ପ୍ରାଚୀନ ମନ୍ଦିର ରହିଛି । କୁଲ୍ଲୁ ଘାଟିରେ ଏଭଳି ମାନ୍ୟତା ରହିଛି କି ଏହି ଘାଟି ଏକ ବିଶାଳକାୟ ସାପ ଭଳି ରହିଛି ଏବହ ପୁରାଣରେ ଏହି ସାପକୁ ଭଗବାନ ଶିବ ବଧ କରିଥିବା ମଧ୍ୟ ଶୁଣିବାକୁ ମିଳେ । ଯେଉଁ ସ୍ଥାନରେ ଶିବଲିଙ୍ଗ ରହିଛି ସେଠାରେ ପ୍ରତି ୧୨ ବର୍ଷରେ ଥରେ ବିଜୁଳୀ ମାରିଥାଏ । ବିଜୁଳୀ ମାରିବା ପରେ ଶିବଲିଙ୍ଗ ଖଣ୍ଡବିଖଣ୍ଡିତ ହୋଇଥାଏ । ଯାହାପରେ ଏଠାକାର ପୂଜାରୀ ଏହି ଖଣ୍ଡବିଖଣ୍ଡିିତ ଶିବଲିଙ୍ଗକୁ ଲହୁଣୀ ସାହାଯ୍ୟରେ ଯୋଡିଥାନ୍ତି । କିଛି ମାସ ପରେ ଏହି ଲିଙ୍ଗ ପୁଣି ଶକ୍ତ ହୋଇଯାଏ ।
ଲୋକଙ୍କ ମାନ୍ୟତା ଅନୁସାରେ ବିଜୁଳୀ ଲୋକମାନଙ୍କ ଉପରେ ଯେଭଳି ନ ପଡୁ ଏଥିପାଇଁ ମହାଦେବ ନିଜ ଉପରକୁ ଏହି ସଂକଟ ନେଇଯାନ୍ତି । ତେଣୁ ଏହି ସ୍ଥାନର ନାଁ ମଧ୍ୟ ବିଜୁଳୀ ମହାଦେବ ରହିଛି । କୁଲ୍ଲୁ ଠାରୁ ଏହି ମନ୍ଦିରର ୭ କି.ମି. ଦୂରରେ ରହିଛି । ଶିବରାତ୍ରି ଅବସରରେ ଏଠାରେ ଭକ୍ତଙ୍କ ଭିଡ ଲାଗିଥାଏ । ଏହି ସ୍ଥାନ ସମୁଦ୍ର ସ୍ତର ଠାରୁ ୨୪୫୦ ମିଟର ଉଚ୍ଚତାରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/xxx-1.jpg)
/kanak/media/post_attachments/wp-content/uploads/2019/03/bijli_mahadev1_3156364_835x547-m-300x197.jpg)
/kanak/media/post_attachments/wp-content/uploads/2019/03/bijli-mahadev-620x400-300x194.jpg)