ଭୁବନେଶ୍ୱରରେ ପୋଲିସ ଓ ଏଡିଜିଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ନେଇ ସାମ୍ନାକୁ ଆସିଲା ନୂଆ ଭିଡିଓ ! ଟ୍ରାଫିକ୍ ନିୟମ ଉଲଂଘନ ନେଇ ସବ୍ଇନ୍ସପେକ୍ଟର ଓ ପରିବାର ସଦସ୍ୟ ହୋଇଥିଲେ ମୁହାଁମୁହିଁ ।

46

କନକ ବ୍ୟୁରୋ : ପୋଲିସ ଏଡିଜିଙ୍କ ପରିବାରକୁ ଅଟକାଇଦେଲା ଟ୍ରାଫିକ ପୋଲିସ । ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପରିବାର ସଦସ୍ୟ ଭୁବନେଶ୍ୱର ଏଜି ଛକ ଦେଇ ଗଲାବେଳେ ଖୋଲାଖୋଲି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲେ । ଦାୟିତ୍ୱରେ ଥିବା ଟ୍ରାଫିକ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ । ହେଲେ ପୋଲିସର କଟକଣାରେ ଉତକ୍ଷିପ୍ତ ହୋଇ ଏଡିଜିଙ୍କ ପରିବାର ଟ୍ରାଫିକ ପୋଲିସ ସହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ସେପଟେ ତାଙ୍କୁ ଅଟକାଇଥିବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଏଡିଜିଙ୍କ ପତ୍ନୀ ଓ ଝିଅ ।

ଖବର ପାଇ ଘଟଣାସ୍ଥଳରେ ଖୋଦ୍ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ମଧ୍ୟ ପହଂଚିଥିଲେ । କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇ ତାଙ୍କୁ ଘଟଣା ବିଷୟରେ ଅବଗତ କରାଇବେ ବୋଲି ଜିଦ ଧରି ବସିଥିଲେ ସଂପୃକ୍ତ ଝିଅ । ତେବେ ଅଟକାଇ ଦେଇଥିବା ଟ୍ରାଫିକ କନଷ୍ଟେବଳ ପୁଷ୍ପଲତା ଭୋଇ କହିଛନ୍ତି ଯେ, ସେ କେବଳ ତାଙ୍କ ଡ୍ୟୁଟି କରୁଥିଲେ । ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।