ବିବାହ କରିବାକୁ ଯାଉଛନ୍ତି ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ କର୍ମଚାରୀ ! ୨ ବର୍ଷ ଧରି ପାର୍ଟନରଙ୍କ ସହ ଲିଭ୍ ଇନରେ ରହୁଥିଲେ ।

39

ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ କର୍ମଚାରୀ ନିଜ ଲିଭ୍ ଇନ୍ ପାର୍ଟନରଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତି ପରେ ଦୁହିଁଙ୍କ ବିବାହ ମାର୍ଗରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଧାରା ୩୭୭ ଅନ୍ତର୍ଗତ ୧୮ ବର୍ଷରୁ ଉଦ୍ଧ୍ୱର୍ ସମଲିଙ୍ଗୀ ନିଜ ଇଚ୍ଛାନୁସାର ବିବାହ କରିପାରିବେ,ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରେ ଅଣାଯିବନାହିଁ ।

ଏହାର ସବୁଠାରୁ ଅଧିକ ଫାଇଦା ସେହି ଲୋକମାନଙ୍କୁ ମିଳିବ ଯେଉଁମାନେ ପ୍ରେମ ପାଇଁ ଅପରାଧି ଭଳି ଜୀବନ ଜିଉଁଥିଲେ । ତେବେ ଏଥି ମଧ୍ୟରେ ନିଜ ପ୍ରେମର ଗାଡିକୁ ଆଗକୁ ବଢାଇବା ପାଇଁ ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ ଅଫିସର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ କହିଛନ୍ତି,ସୁପ୍ରିମକୋର୍ଟ ଏହି ନିଷ୍ପତି ପରେ ସେ ନିଜକୁ ସ୍ୱାଧୀନ ହେଲା ପରି ମନେ କରୁଛନ୍ତି । ୩୪ ବର୍ଷୀୟା ଐଶ୍ୱର୍ଯ୍ୟା ଓଡିଶା ପାରାଦ୍ୱୀପରେ ଫାଇନାନ୍ସ ସର୍ଭିସ୍ ଅଧିକାରୀ ଅଟନ୍ତି । ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ ଅଫିସର ରୁପେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।

୨୦୧୪ ମସିହାରେ ସୁପ୍ରିମକୋର୍ଟ ଯେତେବେଳେ ତୃତୀୟ ଲିଙ୍ଗୀଙ୍କୁ ସମାଜରେ ସମାନ ପରିଚୟ ପ୍ରଦାନ କରିଥିଲେ ସେତେବେଳେ ସେ ନିଜକୁ ପୁରୁଷରୁ ତୃତୀୟ ଲିଙ୍ଗୀ ରୂପେ ଘୋଷଣା କରିଥିଲେ । ଏହାପରେ ଓଡିଶା ସରକାର ନୋଟିଫିକେସନ୍ ଜାରି କରି ତାଙ୍କ ପରିଚୟକୁ ମାନ୍ୟତା ପ୍ରଦାନ କରିଥିଲେ । ଐଶ୍ୱର୍ଯ୍ୟାଙ୍କ କହିବାନୁସାରେ ସେ ନିଜ ପାର୍ଟନରଙ୍କ ସହ ୨ ବର୍ଷ ଧରି ଲିଭଇନରେ ରହି ଆସୁଛନ୍ତି ଏବଂ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦି ସରକାର ଆଦେଶ ଦେବେ ତେବେ ଆମେ ଗୋଟିଲ ଛୁଆ ଆଡପ୍ଟ କରିବାକୁ ମଧ୍ୟ ଚାହିଁବୁ ।