ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ହେଲେ ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେଉଁଠି ନିବେଶ କରିବେ ଟଙ୍କା ! ଜାଣନ୍ତୁ ।

1,626

ଆଜିର ମହଙ୍ଗା ଯୁଗରେ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆର୍ଥୀକ ସ୍ଥିତିକୁ ମଜବୁତ କରିବା ହିଁ ମା’ବାପାଙ୍କର ପ୍ରଥମ ଦାୟିତ୍ୱ । ବାପାମା’ଙ୍କ ଅବସର ସମୟରେ ଯେଭଳି ପିଲାଙ୍କୁ ପାଠପଢା ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ଯେଭଳି ଅସୁବିଧା ନହେବ ସେଥିପାଇଁ ଅଭିଭାବକ ସଚେତନ ହେବା ଆବଶ୍ୟକ । ଖାସ୍ କରି ଝିଅମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଖୁବ୍ ଭଲ ହୋଇଥାଏ । କିନ୍ତୁ ପୁତ୍ରସନ୍ତାନର ଭବିଷ୍ୟତକୁ ସୁରକ୍ଷିତ କରିବା ବି ତ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ପୁଅର ଭବିଷ୍ୟତକୁ ସୁଗମ କରିବା ପାଇଁ କ’ଣ କରିବାକୁ ପଡିବ ।

ଲାଇଫ୍ ଇନ୍ସୁରାନ୍ସ :

ନିଜ ପୁଅର ସ୍ୱପ୍ନକୁ ସମ୍ପୁର୍ଣ୍ଣ କରିବା ପାଇଁ ମା’ବାପାଙ୍କ ସହ ପିଲାଟିର ଭବିଷ୍ୟତ ପାଇଁ ମଧ୍ୟ ଲାଇଫ୍ ଇନ୍ସୁରାନ୍ସ କରିବା ନିହାତି ଜରୁରୀ । ଅନେକ ଇନ୍ସୁରାନ୍ସ କମ୍ପାନୀ ଏଭଳି ସେବା ଯୋଗାଇଥାନ୍ତି ଯାହା ଖାସ୍ କରି ଭବିଷ୍ୟତକୁ ଦେଖି ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ପଲିସିରେ ମିଳୁଥିବା ରିଟର୍ଣ୍ଣ ପର୍ଯ୍ୟାପ୍ତ ହୋଇନଥାଏ । ଯେଉଁଥିପାଇଁ ଇନ୍ସୁରାନ୍ସ ସହ ଆପଣଙ୍କୁ ଟର୍ମ ଇନ୍ସୁରାନ୍ସ ମଧ୍ୟ କରିବା ଆବଶ୍ୟକ ।

ପବ୍ଲିକ୍ ପ୍ରୋବିଡେଣ୍ଟ୍ ଫଣ୍ଡ : (ପିପିଏଫ୍)

ଏହା ଏକ ସରକାରୀ ସ୍କିମ୍ ହୋଇଥିବାରୁ ଏହା ସମ୍ପୁର୍ଣ୍ଣ ସୁରକ୍ଷିତ ଏବଂ ଟ୍ୟାକ୍ସ ଫ୍ରି ହୋଇଥାଏ । ତେବେ ସୁକନ୍ୟା ସମୃଦ୍ଧି ଯୋଜନା ତୁଳନାରେ ଏହାର ସୁଧ କମ୍ ହୋଇଥାଏ । ଏଭଳି ସମୟରେ ଆପଣ ଫଣ୍ଡର କିଛି ଟଙ୍କା ପିପିଏଫ୍ ରେ ନିବେଶ କରିପାରିବେ । ଏଥିରେ ଆପଣଙ୍କୁ କର ଛାଡ ହେବା ସହ ସିକ୍ୟୁରିଟି ମଧ୍ୟ ମିଳିବ । ତେବେ , ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ପିପିଏଫ୍ ରେ ଆପଣ ବାର୍ଷିକ ୧.୫ ଲକ୍ଷ ଟଙ୍କାରୁ ଅଧିକ ନିବେଶ କରିପାରିବେ ନାହିଁ ।

ୟୁଲିପ୍ : (ୟୁନିଟ୍ ଲିକ୍ଡ ଇନ୍ସୁରାନ୍ସ ପ୍ଲାନ୍ )

ଅନ୍ୟ Endowment Insurance ତୁଳନାରେ ଏହି ପ୍ଲାନ୍ ଭଲ ରିଟର୍ଣ୍ଣ ଦେଇଥାଏ । ୟୁଲିପ ରେ ଇନଭେଷ୍ଟମେଣ୍ଟ୍ ସମ୍ପୁର୍ଣ୍ଣ ରୁପେ ଟ୍ୟାକ୍ସ ମୁକ୍ତ ହୋଇଥାଏ ।

ମ୍ୟୁଚୁଆଲ୍ ଫଣ୍ଡ :

ବଜାରରେ ଉତଥାନ-ପତନ କାରଣରୁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ଖୁବ୍ କଷ୍ଟକର ହୋଇପଡେ । ମ୍ୟୁଚୁଆଲ୍ ଫଣ୍ଡରେ ଲମ୍ବା ସମୟ ପାଇଁ ମିଳୁଥିବା ଅବଧି ମହଙ୍ଗା ମାଡରୁ ଲଢିବା ପାଇଁ ସାହାଯ୍ୟ କରିଥାଏ । ଏହା ପିଲାଙ୍କ ଭବିଷ୍ୟତର ଲମ୍ବା ସମୟ ପାଇଁ ହୋଇଥାଏ । ଏଭଳି ସ୍ଥିତିରେ କମ୍ ବୟସରେ ହିଁ ସିଷ୍ଟମାଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନିଙ୍ଗ୍ ବା ଏସଆଇପି ଏକ ଭଲ ବିକଳ୍ପ ରୁପେ ସାବ୍ୟସ୍ତ ହୁଏ ।