ଏଲଆଇସିର ନଂ ୧ ପଲିସି ! ପ୍ରତିଦିନ ୯ ଟଙ୍କା ବ୍ୟୟରେ ମିଳିବ ୪.୫୬ ଲକ୍ଷ ଟଙ୍କା , ମୃତ୍ୟୁ ପରେ ବି ପରିବାର ହେବେନାହିଁ ହନ୍ତସନ୍ତ ।

4,193

ଏଲଆଇସିର ଏଭଳି ଅନେକ ସ୍କିମ ରହିଛି, ଯେଉଁଥିରେ ଆପଣଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥାଏ, ହେଲେ ସେ ସଂପର୍କରେ ଆପଣ ବିଶେଷ କିଛି ଜାଣିନାହିଁନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଜୀବନ ପ୍ରଗତି ଯୋଜନା  ସଂପର୍କରେ ଜଣାଇବୁ , ଯାହା ସମୟ ଆସିଲେ ଆପଣଙ୍କୁ ସୁରକ୍ଷିତ ରଖିବା ସହିତ ସଂଚୟ ମଧ୍ୟ ପ୍ରଦାନ କରିଥାଏ । ଏଥିମଧ୍ୟରୁ ଏଲଆଇସିର ନୂଆ ଜୀବନ ଆନନ୍ଦ ପଲିସି ରହିଛି । ଯେଉଁଥିରେ ଆପଣଙ୍କୁ ଡବଲ୍ ଫାଇଦା ମିଳିଥାଏ । ପ୍ରଥମ କଥା ହେଲା ଏଥିରେ ଟଙ୍କା ନିବେଶ କଲେ ଆୟକରରୁ ଆପଣଙ୍କୁ ନିସ୍ତାର ମିଳେ । ଦ୍ୱିତୀୟ କଥା ହେଉଛି କି ରିସ୍କ କଭର୍ ପଲିସି ଅବଧି ପରେ ଜାରୀ ରହିଥାଏ । ଯଦି ପଲିସି ଧାରକଙ୍କ ମୃତ୍ୟୁ ଅବଧି ଶେଷ ସମୟରେ ହୁଏ ତେବେ ମଧ୍ୟ ଧାରକଙ୍କୁ ମୃତ୍ୟୁ ଲାଭ ମିଳିଥାଏ । ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ।

କିଏ ନେଇପାରିବେ ପଲିସି : ନୂଆ ଜୀବନ ଆନନ୍ଦ ପଲିସିକୁ ୧୮ ରୁ ୫୦ ବର୍ଷ ବୟସ ଭିତରେ ଥିବା ଲୋକ ନେଇପାରିବେ ।

ମିନିମମ୍ ସମ୍ ଏସୟୋର୍ଡ : ଏହି ପଲିସି ଅନୁସାରେ କମ୍ ସେ କମ୍ ୧ ଲକ୍ଷ ଟଙ୍କାର ଏନସ୍ୱୋର୍ଡ ନେବା ଜରୁରୀ ଏବଂ ଏହାର ଅଧିକ ସମୟସୀମା ନାହିଁ ।

ପଲିସିର ସମୟସୀମା : ଏହି ପଲିସିର ସମୟସୀମା ୧୫ ରୁ ୩୫ ବର୍ଷ ରହିଛି । ନୂଆ ଜୀବନ ଆନନ୍ଦ ପଲିସିକୁ ଆପଣ ଅଫଲାଇନ୍ ସହ ଅନଲାଇନ୍ ମଧ୍ୟ କିଣିପାରିବେ ।

ପ୍ରିମିୟମର ଭୁଗତାନ୍ : ପଲିସି ପାଇଁ ବାର୍ଷିକ,ଛଅମାସିକ,ତ୍ରୟମାସିକ ଏବଂ ମାସିକ ଆଧାରରେ ପ୍ରିମିୟମର ଭୁଗତାନ୍ କରିବାକୁ ପଡିବ । ଖାସ୍ କଥା ହେଉଛି କି ଏହି ପଲିସିକୁ କିଣିବାର ୩ ବର୍ଷ ପରେ ଆପଣ ଏଠାରୁ ଋଣ ନେଇପାରିବେ ।

ପଲିସି ମଧ୍ୟରେ ମୃତ୍ୟୁ ହେଲେ ହେବ କ’ଣ ? 

ଯଦି ଦୁର୍ଭାଗ୍ୟବଶତଃ ପଲିସି ମଧ୍ୟରେ ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନିକୁ ବୀମାରାଶିରୁ ୧୨୫ ପ୍ରତିଶତ ମିଳିବ । ଏହାସହ ବୋନସ୍ ଏବଂ ଅନ୍ତିମ ବୋନସ୍ ମଧ୍ୟ ମିଳିବ ।

ଟ୍ୟାକ୍ସରେ ମିଳିବ ଫାଇଦା : ଇନକମ୍ ଟ୍ୟାକ୍ସ ନିୟମର ଧାରା ୮୦ ସି ଅନୁସାରେ ପ୍ରିମିୟମ୍ ଭୁଗତାନ୍ କରିବା ପରେ ଟ୍ୟାକ୍ସ ବେନିଫିଟ୍ ମଧ୍ୟ ମିଳିବ ।

ଏଭଳି ମିଳିବ ପଲିସି ଉପରେ ଲାଭ : ମାନିନିଅନ୍ତୁ କୌଣସି ପଲିସି ଧାରକ ୧୮ ବର୍ଷ ବୟସରୁ ହିଁ ଏହି ପଲିସିରେ ଜଡିତ ହୁଅନ୍ତି ଏବଂ ୧ ଲକ୍ଷ ସମ୍ ଏନସ୍ୱୋର୍ଡ ପାଇଁ ୩୫ ବର୍ଷର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏଭଳି ଉପାୟରେ ତାଙ୍କର ବାର୍ଷିକ ପ୍ରିମିୟମ୍ ୧,୦୭,୬୪୫ ଟଙ୍କା ହେବ । ତାଙ୍କୁ ଏହି ଟଙ୍କା ୩୫ ଟି କିସ୍ତିରେ ଜମା କରିବାକୁ ପଡିବ । ମାଚ୍ୟୁରିଟିରେ ପଲିସି ଧାରକଙ୍କୁ ୪.୫୬ ଲକ୍ଷ ଟଙ୍କା ମିଳିବ ।