Khas Khabar
ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରେ ଏଭଳି ଏକ ଗାଆଁ ଅଛି, ଯେଉଁଠାରେ କେବଳ ଭିକାରିମାନେ ରହନ୍ତି । ସେହି ଗାଆଁରେ ପିଲା ଜନ୍ମ ହେବା ମାତ୍ରେ ସେ ବଡ ହୋଇ ଇଂଜିନିୟର କି ଡାକ୍ତର ନୁହେଁ,ବରଂ ଏକ ଭିକାରି ହେବ ବୋଲି ବାପାମାଆ ଭାବିଥାନ୍ତି । ଥାନା ଅନ୍ତର୍ଗତ ଏହି ଗାଆଁର ନାଆଁ ହେଲା ନଗଲା ଦରବାରୀ । ଏହି ଗାଆଁରେ ମାତ୍ର ୩୬ ପରିବାର ରହନ୍ତି । ଏଠାରେ ଆଜି ବି ଲୋକେ ଝାଟିମାଟି ଘରେ ରହିଥାନ୍ତି । ସେମାନଙ୍କ ଘରେ କୌଣସି କବାଟ କି ଝରକା ନାହିଁ । ଖାଲି ସେତିକି ନୁହେଁ,ସେହି ଗାଆଁକୁ ରାସ୍ତା ନାହିଁ କି ସେଠାରେ ପାଣି ନାହିଁ କି ବିଦ୍ୟୁତ ନାହିଁ।
୧୯୫୮ ମସିହାରେ ଜୋହରିନାଥଙ୍କ ପିତା ଖ୍ୟାଲିନାଥ ସହିତ ଆସି ଏହି ଗାଆଁକୁ ଆସିଥିଲେ । ସେ ଭିକ ମାଗି ଜୀବନ ବିତାଇଥିଲେ। ତା’ପରଠାରୁ ସେଠାରେ ଯେଉଁମାନେ ରହିଲେ,ସେମାନେ ବି ଭିକ୍ଷା ବୃତ୍ତିକୁ ଆପଣାଇଲେ । ଏହି ଗାଆଁରେ ଏବେ ୨୦୦ରୁ ଅଧିକ ଲୋକ ରହୁଛନ୍ତି । ସେମାନଙ୍କର ଦୈନିକ ରୋଜଗାର ପାଖାପାଖି ୧୦୦ ଟଙ୍କା । ଏଠାକାର ଲୋକେ ଲୋକଙ୍କୁ ସାପ ଦେଖାଇ ଭିକ ମାଗି ଗିରଫ ହୋଇ ତିହାର ଜେଲ ବି ଯାଇଛନ୍ତି।
Follow Us
/kanak/media/post_attachments/wp-content/uploads/2019/02/nagla-darbari-village-in-mainpuri-district-of-up-is-full-of-beggars-1-67-1548844968-366188-khaskhabar-300x200.jpg)