୧୫ ଥର ଛୁରୀ ଭୁଷିଥିଲେ ବିଏମଡବ୍ଲୁର ଅପରାଧୀ : ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଏସପି ଦେଲେ ଚାଂଚଲ୍ୟକର ତଥ୍ୟ ; ଡନ୍ ହେବା ପାଇଁ ଚାହୁଁଥିଲା ମୃତ୍ୟୁଜଂୟ ନାୟକ , ସିସିଟିଭି ଫୁଟେଜ ଆଧାରରେ ୬  ଅଭିଯୁକ୍ତ ଗିରଫ 

1,102

ଭୁବନେଶ୍ୱର- ବ୍ରହ୍ମପୁର ଜାତୀୟ ରାଜପଥ ଘଟଣାର ଏକ ବାରରେ ଯୁବକଙ୍କୁ ଛୁରାମାଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଏସପି ଦେଇଛନ୍ତି ଚାଂଚଲ୍ୟକର ତଥ୍ୟ । ଥରେ କି ୨ ଥର ନୁହେଁ ବାର କର୍ମଚାରୀଙ୍କୁ  ୧୫ ଥର ଛୁରୀ ଭୁଷିଥିଲେ ବିଏମଡବ୍ଲୁର ଅପରାଧୀ ।

ଡନ୍ ହେବା ପାଇଁ ମୃତ୍ୟୁଜଂୟ ନାୟକ ଓରଫ ମିକୁ ଏହି ଛୁରା ଭୁଷିଥିଲା । ସିସିଟିଭି ଫୁଟେଜ ଆଧାରରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହ ବିଏମଡବ୍ଲୁ କାର ଓ ଛୁରୀ ମଧ୍ୟ ଜବତ ହୋଇଛି । ଖୋର୍ଦ୍ଧା ଏସପିଙ୍କ କହିବା ଅନୁସାରେ,ଅପରାଧୀମାନେ  ଭୁବନେଶ୍ୱର ନୟାପଲ୍ଲୀରେ ଜଣେ ଗାଡି ଚାଳକଙ୍କୁ ଆକ୍ରମଣ କରିବା ପରେ ଖୋର୍ଦ୍ଧାର ବାରକୁ ଆସିଥିଲେ । ଗାଡି ପାର୍କିଂ କେନ୍ଦ୍ର କରି ଏହି ଘଟଣା ଘଟିଛି । ଗତ ୧୪ ତାରିଖ ଖୋର୍ଦ୍ଧାରେ ବିଏମଡବ୍ଲୁ କାରରେ ବାରକୁ ମଦ ପିଇବାକୁ ଆସି ଛୁରାମାଡ କରିଥିଲେ ଯୁବକ । ମଦ କିଣିବା ବେଳେ ବାର୍ କର୍ମଚାରୀଙ୍କ ସହ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଛୁରାମାଡ କରି ଫେରାର ହୋଇଯାଇଥିଲେ ଯୁବକମାନେ ।