ଭୁବନେଶ୍ୱର- ବ୍ରହ୍ମପୁର ଜାତୀୟ ରାଜପଥ ଘଟଣାର ଏକ ବାରରେ ଯୁବକଙ୍କୁ ଛୁରାମାଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଏସପି ଦେଇଛନ୍ତି ଚାଂଚଲ୍ୟକର ତଥ୍ୟ । ଥରେ କି ୨ ଥର ନୁହେଁ ବାର କର୍ମଚାରୀଙ୍କୁ ୧୫ ଥର ଛୁରୀ ଭୁଷିଥିଲେ ବିଏମଡବ୍ଲୁର ଅପରାଧୀ ।
ଡନ୍ ହେବା ପାଇଁ ମୃତ୍ୟୁଜଂୟ ନାୟକ ଓରଫ ମିକୁ ଏହି ଛୁରା ଭୁଷିଥିଲା । ସିସିଟିଭି ଫୁଟେଜ ଆଧାରରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହ ବିଏମଡବ୍ଲୁ କାର ଓ ଛୁରୀ ମଧ୍ୟ ଜବତ ହୋଇଛି । ଖୋର୍ଦ୍ଧା ଏସପିଙ୍କ କହିବା ଅନୁସାରେ,ଅପରାଧୀମାନେ ଭୁବନେଶ୍ୱର ନୟାପଲ୍ଲୀରେ ଜଣେ ଗାଡି ଚାଳକଙ୍କୁ ଆକ୍ରମଣ କରିବା ପରେ ଖୋର୍ଦ୍ଧାର ବାରକୁ ଆସିଥିଲେ । ଗାଡି ପାର୍କିଂ କେନ୍ଦ୍ର କରି ଏହି ଘଟଣା ଘଟିଛି । ଗତ ୧୪ ତାରିଖ ଖୋର୍ଦ୍ଧାରେ ବିଏମଡବ୍ଲୁ କାରରେ ବାରକୁ ମଦ ପିଇବାକୁ ଆସି ଛୁରାମାଡ କରିଥିଲେ ଯୁବକ । ମଦ କିଣିବା ବେଳେ ବାର୍ କର୍ମଚାରୀଙ୍କ ସହ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଛୁରାମାଡ କରି ଫେରାର ହୋଇଯାଇଥିଲେ ଯୁବକମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/5-15.jpg)
/kanak/media/post_attachments/wp-content/uploads/2020/07/4-16-300x169.jpg)