ମୋଦି ସରକାରଙ୍କ ନୂଆ ଯୋଜନା ! ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା,ସିଧା ବ୍ୟାଙ୍କ୍ ଖାତାରେ ଜମା ହେବ ଟଙ୍କା ।

49

ଏଣିକି ଚାକିରୀ ଚାଲିଗଲେ ବି ରହିବନି ଟେନସନ । ଚାକିରୀ ଚାଲିଗଲେ ଆପଣଙ୍କୁ ଆଉ ଟଙ୍କା ପାଇଁ କୌଣସି ବି ସମସ୍ୟା ରହିବନି । କାରଣ ମୋଦି ସରକାର ଘରୋଇ ସଂସ୍ଥାରେ କାମ କରିଥିବା କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନାକୁ କାର‌୍ୟ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଯାହାଦ୍ୱାରା ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ମିଳିବ । କାରଣ ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କର ଚାକିରୀର କୌଣସି ସ୍ଥାୟୀତ୍ୱ ନଥାଏ । ସେମାନଙ୍କର ଚାକିରୀ କୌଣସି ବି ମୁହୂର୍ତ୍ତରେ ଚାଲିଯାଇପାରେ ।

ଏଭଳି ପରିସ୍ଥିରେ ଯେପର‌୍ୟ୍ୟନ୍ତ ସେମାନଙ୍କୁ ଅନ୍ୟ କେଉଁଠି ଚାକିରୀ ନମିଳିଛି ସେପର‌୍ୟ୍ୟନ୍ତ ତାଙ୍କୁ ଅନେକ ସମସ୍ୟା ତଥା ଆର୍ଥିକ ସମସ୍ୟାର ସମ୍ମାୁଖୀନ ହେବାକୁ ପଡିଥାଏ । ଏପରିକି ଏଭଳି ପରିସ୍ଥିତି ଜଣେ ବ୍ୟକ୍ତିର ମନୋବଳକୁ ମଧ୍ୟ ଦୁର୍ବଳ କରିପକାଇଥାଏ । ତେଣୁ ଲୋକଙ୍କର ଏହି ସମ୍ୟାଗୁଡିକର ସମାଧାନ ପାଇଁ ମୋଦି ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ତରଫରୁ ଚାକିର ଚାଲିଯିବା ସ୍ଥିତରେ ଲୋକଙ୍କୁ ଆର୍ଥିକ ସହାୟତା ଦେବାର ପ୍ରସ୍ତାବକୁ ମଂଜୁରୀ ମିଳିଛି ।

‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ’ ଯୋଜନାକୁ ମଂଜରୁୀ 

ଏଠାରେ ଆମେ କହି ରଖୁଛୁ କି, କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇଏସଆଇସି ନିଜ ୧୭୫ତମ ବୈଠକ କରିଥିଲା । ଯେଉଁଥିରେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ମଂଜୁରୀ ମିଳିଛି । ଏହି ଯୋଜନା ମୁତାବକ, ଯଦି କୌଣସି ବ୍ୟକ୍ତି ତଥା କର୍ମଚାରୀ ଇଏସଆଇସି ଯୋଜନାର ଅନ୍ତର୍ଭୁକ୍ତ, ତେବେ ସେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଆଧାରରେ ଚାକିିରୀ ଚାଲି ଯିବା ପରିସ୍ଥିତିରେ କିମ୍ବା ନୂଆ ଚାକିରୀ ନ ମିଳିବା ପର‌୍ୟ୍ୟନ୍ତ ସରକାର ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ସରକାରଙ୍କ ଏହି ଯୋଜନା ଅନୁସାରେ, ବୀମିତ ତଥା ଦେବାଳିଆ ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ସିଧା ସହୟତା ରାଶି ପଠାଯିବ । ଏହି ଯୋଜନାର ଅନ୍ୟ ବିବରଣୀ ସରକାର ଖୁବ୍ ଶୀଘ୍ର ହିଁ ଜାରି କରିବେ । ଏହି ନିଷ୍ପତି ଉପରେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ତରଫରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି । ଏହି ବୟନା ମୁତାବକ, ଭାରତରେ ରୋଜଗାରର ପ୍ରାରୁପ ଲଗାତର ଭାବରେ ପରିବର୍ତ୍ତନ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ଚାକିରୀ ଦୀର୍ଘ ଦିନ ପରିବର୍ତ୍ତେ ସ୍ୱଳ୍ପ ଅବଧୀ ବିଶିଷ୍ଟ ହୋଇଯାଇଛି । ଏଭଳି ପରିସ୍ଥିତିରେ କୌଣସି କଂପାନୀରୁ ଛଟେଇ ହୋଇଥିବା ପଂଜିକୃତ କର୍ମଚାରୀଙ୍କୁ ଆର୍ଥିକ ସହାୟତା ସରକାର ପ୍ରଦାନ କରିବେ ।

କ’ଣ ଏହି ଯୋଜନା ?

ସରକାରଙ୍କ ଏହି ଯୋଜନା ଆଧାରରେ ବେରୋଜଗାରୀଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ଟଙ୍କା ପଠାଇ ଦିଆଯିବ । ଏହି ଟଙ୍କା ସେତେବେଳେ ଯାଇ ମିଳୁଥିବ, ଯେତେବେଳେ ଯାଇ ତାଙ୍କୁ କୌଣସି ଗୋଟିଏ ଭଲ ଚାକିରୀ ତଥା ସେ କେଉଁଠି ନିଯୁକ୍ତି ପାଇ ନଥିବେ ।

ଏକ ଆଧିକାରୀକ ବିଜ୍ଞପ୍ତି ଅନୁସାରେ, ବୀମାକୃତ ବ୍ୟକ୍ତିଙ୍କ ଆଶ୍ରିତଙ୍କ ପାଇଁ ସୁପର ସ୍ପେସିଆଲିଷ୍ଟ ଟ୍ରିଟମେଂଟର ଫାଇଦା ଉଠାଇବାର ଯୋଗ୍ୟତା ଏକ ବର୍ଷକୁ କମାଇ ୧୫୬ କରିଦିଆଯାଇଛି । ଯାହାଦ୍ୱାରା, ଏଣିକି ୧୫୬ ଦିନ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ବି ଏହି ଯୋଜନାର ଲାଭ ଉଠାଇପାରିବେ । ଆଇଏସଆଇସିର ବୀମାକୃତ ବ୍ୟକ୍ତିଙ୍କ ମୃତ୍ୟୁରେ ଖର୍ଚ୍ଚର ରାଶିକୁ ବି ୧୦ ହଜାରରୁ ୧୫ ହଜାର ଟଙ୍କାକୁ ବଢାଇ ଦିଆଯଇଛି । ଏଣିକି ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରିବା ପାଇଁ ୧୫ ହଜାର ଟଙ୍କା ସହାୟତା ରାଶି ମିଳିବ ।