କନକ ବ୍ୟୁରୋ : ୧୮ତମ ଏସିଆନ ଗେମ୍ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଭେଟିଦେଲେ ସୁଟର ସୌାରଭ ଚୌଧୁରୀ । ୧୦ମିଟର ବନ୍ଧୁକ ଚାଳନାରେ ସୌାରଭ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ସୌାରଭଙ୍କ ପଦକ ସହ ଭାରତ ୩ଟି ପଦକ ଜିତିଛି । ଏବଂ ପଦକ ସଂଖ୍ୟା ୭ରେ ପହଁଚିଛି । ଗତକାଲି ଦିନରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ ବିନେଶ ଫୋଗାଟ୍ ।
ଫାଇନାଲରେ ଜାପାନର ୟୁକି ଇରୀଙ୍କୁ ୬-୨ ପଏଂଟରେ ହରାଇ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବିନେଶ୍ । ବିନେଶ୍ ଏସିଆନ ଖେଳରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ହୋଇଛନ୍ତି । ଗତ ଏସିଆନ ଗେମ୍ରେ ବିନେଶ୍ କାଂସ୍ୟ ପଦକ ଜିତିଥିଲେ । ଏହି ପଦକକୁ ମିଶାଇ ଭାରତ ୨ଟି ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି । ରବିବାର ବଜରଙ୍ଗ ପୁନିଆ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୋମବାର ସକାଳେ ଭାରତୀୟ ସୁଟର ଦୀପକ କୁମାର ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ । ଏହା ସହ ପୁରୁଷ ଟ୍ରାପ୍ରେ ଲକ୍ଷ୍ୟ ସେରନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/sourabh_750_1530032889_618x347.jpeg)
/kanak/media/post_attachments/wp-content/uploads/2018/08/1531593077-saurabh_chaudhry_twitter-300x225.jpg)