ଜନତାଙ୍କୁ ଉଚିତ୍ ସେବା ଯୋଗାଇଦେବା ପାଇଁ ଅହରହ କାମ କରୁଥିବା ସ୍ପେଶାଲ୍ ପାର୍ଟି କନେଷ୍ଟବଳଙ୍କୁ କେବଳ ନାଁକୁ ରକ୍ଷକ କୁହାଯାଏନାହିଁ । ସେ କର୍ତ୍ତବ୍ୟ ହେଉ କର୍ମ ପୂର୍ବରୁ ବି ମହତ୍ କାମ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ସ୍ପେଶାଲ୍ ପାର୍ଟି କନେଷ୍ଟବଳ। ଏବେ ଠିକ୍ ସେମିତି ଆଉ ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣଙ୍କୁ ମଧ୍ୟ ଯବାନଙ୍କୁ ସଲାମ୍ କରିବାକୁ ଇଚ୍ଛା ହେବ । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର । ଏଠାକାର ଜଣେ ସ୍ପେଶାଲ୍ ପାର୍ଟି କନେଷ୍ଟବଳଙ୍କ କାର୍ଯ୍ୟକୁ ସବୁରି ମହଲରୁ ଭୁରି ଭୁରି ପ୍ରଶଂସା କରାଯାଉଛି । ଚେତାଶୂନ୍ୟ ଅବସ୍ଥାରେ ଥିବା ଜଣେ ମହିଳାଙ୍କୁ କାନ୍ଧରେ ବସାଇ ୪ କି,ମି, ବାଟ ଚାଲିଥିଲେ ଏହି ଯବାନ।
ଘଟଣାଟି କିଛି ଏଭଳି ପୂର୍ବ ବିଧାୟକ ଆକେପଟି ଅମରନାଥ୍ ରେଡ୍ଡୀଙ୍କ ସହ ମିଶି କିଛି ଲୋକ ତିରୁମାଲ୍ଲା ମନ୍ଦିର ଯାତ୍ରାରେ ବାହାରିଥିଲେ । ଏହି ଯାତ୍ରାରେ ଅନେକ ମହିଳା ମଧ୍ୟ ସାମିଲ୍ ଥିଲେ । କିନ୍ତୁ ଅତ୍ୟଧିକ ଚାଲିବା କାରଣରୁ ମହିଳା ଜଣକ ଚେତାଶୂନ୍ୟ ହୋଇଯାଇଥିଲେ । ଏଠାରେ ଯାତ୍ରୀଙ୍କ ପାଇଁ କୌଣସି ହ୍ୱିକଲ୍ ର ମଧ୍ୟ ବ୍ୟବସ୍ଥା ହୋଇନଥିଲା । ପଦଯାତ୍ରା କାରଣରୁ ଯାତ୍ରୀମାନେ ବହୁତ ଥକି ଯାଇଥିଲେ , ଥକ୍କାପଣ କାରଣରୁ ମହିଳା ଚେତାଶୂନ୍ୟ ହୋଇଯାଇଥିଲେ । ପୂର୍ବ ବିଧାୟକଙ୍କ ସୁରକ୍ଷାରେ ଥିବା କନେଷ୍ଟବଳ କୁଲ୍ଲାୟପ୍ପା ମହିଳା ଜଣଙ୍କୁ କାନ୍ଧରେ ବସାଇ ୪ କି.ମି ପର୍ଯ୍ୟନ୍ତ ଚାଲିଥିଲେ । ପରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ତେବେ କୁଲ୍ଲାୟପ୍ପାଙ୍କ ଏହି କାମକୁ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି ।/kanak/media/post_attachments/wp-content/uploads/2019/12/zsdawd-300x229.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/andhra_cop_carries_woman_on_shoulders_for_four_km_enroute_to_tirumala_5528950_835x547-m.jpg)