ଏକସଙ୍ଗେ ତିନି ସନ୍ତାନଙ୍କୁ ବାହାଦେବେ କି ଅମ୍ବାନୀ? ଭାଇରାଲ୍ ହେଉଛି ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଫଟୋ ।

87

ଏସିଆର ସବୁଠାରୁ ଧନୀଶାଳି ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଏବଂ ଝିଅ ଇଷାଙ୍କ ପରେ ସାନପୁଅ ଅନନ୍ତ ଅନନ୍ତ ଅମ୍ବାନୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କଥା ହେଉଛି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାପରେ କଥା ଚାରିଆଡେ ବ୍ୟାପିଛି ଯେ ସେ ମଧ୍ୟ ନିର୍ବନ୍ଧ କରିସାରିଛନ୍ତି । ମାତ୍ର, ପରିବାର ଲୋକଙ୍କ କହିବା ମୁତାବକ ଏହା କେବଳ ଗୋଟିଏ ଗୁଜବ ବ୍ୟତୀତ ଆଉ କିଛି ନୁହେଁ । ଅନନ୍ତଙ୍କ ଫଟୋ ସୋସିଆଲ୍ ସାଇଟରେ ପୋଷ୍ଟ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସାୟୀ ବିରେନ ମର୍ଚାଂଟଙ୍କ ଝିଅ ରାଧିକା ମର୍ଚାଂଟ ଅନନ୍ତଙ୍କର ଜଣେ ଭଲ ବାନ୍ଧବୀ ଅଟନ୍ତି । ମାତ୍ର ନିର୍ବନ୍ଧକୁ ନେଇ ଏ ଯାଏଁ କୌଣସି ସଠିକ ଖବର ସାମ୍ନାକୁ ଆସିନାହିଁ ।ଡିସେମ୍ବର ମାସରେ ଅମ୍ବାନୀ ପରିବାରର ପୁଅ ଏବଂ କନ୍ୟାଙ୍କର ଏକସହ ବିବାହ ହେବାର ଥିଲା ମାତ୍ର ଏବେ ଅମ୍ବାନୀଙ୍କ ଆଉ ଏକ ପୁଅର ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଗୁଜୁରାଟର ଏକ ଖବରକାଗଜ ରିପୋର୍ଟ ମୁତାବକ ମହେଶ ଲାଙ୍ଗା ୯ମେ’ରେ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ଲେଖା ଥିଲା ଅନନ୍ତ ରାଧିକା ମର୍ଚାଂଟଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହାପରେ ସେ ମାର୍ଚ୍ଚରେ ଏକ ସାକ୍ଷାତକାର ଭିଡିଓ ମଧ୍ୟ ସେୟାର କରିଥିଲେ । ସେବେଠାରୁ ହିଁ ତାଙ୍କର ନିର୍ବନ୍ଧ ଖବର ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏବେ ପର୍ୟ୍ୟନ୍ତ ଏହି ବିଷୟ ସମ୍ପର୍କରେ କୌଣସି ସଠିକ ଖବର ମିଳିନାହିଁ ।