ବଲିଉଡ୍ ଶେହନଶାହ୍ ଅମିତାଭ୍ ବଚ୍ଚନ ନିକଟରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ଏକ କବିତା ଲେଖି ଟ୍ୱିଟ୍ କରିଛନ୍ତି ଏବଂ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ ମୁଁ ସିଏମ୍ ଫଣ୍ଡକୁ ଡୋନେଟ୍ କରିସାରିଛି । ଆପଣ ମଧ୍ୟ ଫୋନି ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସିଏମ୍ ରିଲିଫ୍ ଫଣ୍ଡକୁ ଡୋନେଟ୍ କରନ୍ତୁ ।

Advertisment

ଅମିତାଭ୍ ଙ୍କ ଏହି ଟ୍ୱିଟ୍ ଆସିବା ପରେ ଏବେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଛି । ଏହି ଟ୍ୱିଟ୍ ରେ ସେ ଏକ ଲିଙ୍କ୍ ମଧ୍ୟ ସେୟାର୍ କରିଛନ୍ତି । ଯେଉଁଥିରେ ଯାଇ ଆପଣ ଟଙ୍କା ଡୋନେଟ୍ କରିପାରିବେ । ଓଡିଶାରେ ଫୋନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ଅମିତାଭ୍ ବଚ୍ଚନ ଟଙ୍କା ଡୋନେଟ୍ କରିଛନ୍ତି ।