ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନେ ପରସ୍ପର ଉପରେ ବାକଯୁଦ୍ଧ କରିବା ଆରମ୍ଭ କରିଦେଲେଣି । ଏଆଇଏମଆଇଏମ ପ୍ରମୁଖ ଅସଦଦ୍ୱିନ୍ ଓବେସି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଯାହା କଥା କଟାକଟିର ସିଲସିଲା ଚାଲିଥିଲା ବର୍ତ୍ତମାନ ଏଥିରେ ଛୋଟ ଓବେସି ରୁପେ ପରିଚିତ ଥିବା ଅକବଋଦ୍ଦିନ୍ ଓବେସିଙ୍କ ମଧ୍ୟ ହସ୍ତକ୍ଷେପ ଦେଖିବାକୁ ମିଳୁଛି ।
ଅକବଋଦ୍ଦିନ୍ ନିଶାଣରେ ଏବେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହାଇଦ୍ରାବାଦର ଚାରମିନାର ବିଧାନସଭା କ୍ଷେତ୍ରରେ ରାଲିକୁ ସମ୍ଭୋଧିତ କରିବାକୁ ଯାଇ ସେ କହିଥିଲେ ,
“ଚା ବାଲା ,ଆମ ସଙ୍ଗେ ଲାଗନା ,ଚା ଚା ଚିଲ୍ଲାଉଛୁ ,ମନେ ରଖ ଏତେ ମାରିବି ଯେ କାନରୁ ରକ୍ତ ବାହାରି ଆସିବ ।”
କେବଳ ଏତିକି ନୁହଁ ସେ ଉତ୍ତରପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଶାଣରେ ରଖି କହିଥିଲେ ଯେ ,
"ଆଜି ଆଉ ଜଣେ ଆସିଛି,ସେ କିଭଳି କିଭଳି ପୋଷାକ ପିନ୍ଧନ୍ତି ,ଯାତ୍ରାରୁ ଆସିଲା ଭଳି ଦେଖାଯାନ୍ତି । ଭାଗ୍ୟବଳରେ ମୁଖ୍ୟମନ୍ତ୍ରୀ ପଦ ପାଇଯାଇଛି । କହୁଛି ନିଜାମ୍ ଭଳି ଓବେସି ମାନଙ୍କୁ ଦେଶରୁ ବିତାଡିତ କରିବ । ଆରେ ତୁ କିଏ ,କେଉଁଠୁ ଆସିଛୁ ,ତୋ ଭଳି ୫୬ ଆସିଲେ ଗଲେ ,ତୁ ଓବେସି କ’ଣ ଆସୁଥିବା ୧୦୦୦ ବର୍ଷ ପର୍ଯ୍ୟନ୍ତ ଆମେ ଏହି ଦେଶରେ ରହିବୁ ଆମର କ’ଣ କରିବୁ ତୁ କର । ଆମ ସହ ଲାଗିଲେ ଆମେ କ’ଣ କରିପାରିବୁ ତାହା ତୁ ସ୍ୱପ୍ନରେ ସୁଦ୍ଧା କଳନା କରିପାରିବୁ ନାହିଁ ।"
ଯୋଗୀ – ଓବେସି ରେ ଜାରୀ ରହିଛି ବାକ୍ ଯୁଦ୍ଧ :
ଯୋଗୀ ଆଦିତ୍ୟନାଥ ଏବଂ ଅସଦଦ୍ୱିନ୍ ଓବେସିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲୁରହିଛି । ଏକ ରାଲିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ , ବିଜେପି ଯଦି ସରକାରକୁ ଆସୁଛି ତେବେ ନିଜାମ୍ ଭଳି ଓବେସିଙ୍କୁ ବି ତେଲେଙ୍ଗାନାରୁ ବିତାଡିତ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/ao_1543812418_618x347.jpeg)
/kanak/media/post_attachments/wp-content/uploads/2018/12/66233459-300x225.jpg)
/kanak/media/post_attachments/wp-content/uploads/2018/12/740994-yogi-300x169.gif)