ରାବଡି ଆବାସରୁ କାନ୍ଦି କାନ୍ଦି ବାହାରି ଆସିଲେ ଲାଲୁ ଯାଦବଙ୍କ ବୋହୂ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

1,359

ଆରଜେଡି ସୁପ୍ର୍ରିମୋ ଲାଲୁ ଯାଦବଙ୍କ ବୋହୂ ତଥା ତେଜପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ କାନ୍ଦୁଥିବା ଅବସ୍ଥାରେ ନିଜ ଶାଶୂଘରୁ ବାହାରୁଥିବା ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ସମୟରୁ ତେଜପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ଭିତରେ ଚାଲିଥିବା ମନମାଳିନ୍ୟ ଏବେ କୋର୍ଟରେ ଆସି ଛାଡପତ୍ର ନାମାରେ ଠିଆ ହୋଇଛି । ତେଜପ୍ରତାପ ଯାଦବ ନିଜ ବିବାହର ୬ ମାସ ପରେ ଗତବର୍ଷ ନଭେମ୍ବର ୨ ତାରିଖରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଛାଡପତ୍ର ମାଗିଥିଲେ । ଐଶ୍ୱର୍ଯ୍ୟା ରାୟଙ୍କ ବାପା ଚନ୍ଦ୍ରିକା ରାୟ ରାଜଦରେ ଏବେ ବିଧାୟକ ଥିବାବେଳେ ,ଜେଜେବାପା ୧୯୬୦ ରେ ମୁଖ୍ୟମନ୍ତ୍ରୀ ଥିଲେ ।

ଦୁହିଁଙ୍କ ବିବାହ ୨୦୧୮ ମେ ୧୨ ତାରିଖରେ ହୋଇଥିଲା । ବିବାହ ସମୟରେ ଲାଲୁ ଯାଦବ ଥାନାରେ ଥିବାରୁ ରାବଡି ଦେବୀ ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ କରିଥିଲେ କିନ୍ତୁ ବିବାହ ପରଠାରୁ ହିଁ ଘରେ କ୍ଲେସ ଲାଗି ରହିଥିଲା । ତେଜପ୍ରତାପ କୋର୍ଟରେ ଛାଡପତ୍ର ଯାଚିକା ଦାଖଲ କରିବା ପରେ ପରିବାର ଲୋକ ତାଙ୍କୁ ଏଥିପାଇଁ ବିରୋଧ ମଧ୍ୟ କରିଥିଲେ କିନ୍ତୁ ତେଜପ୍ରତାପ କିଛି ଶୁଣିନଥିଲେ ।

ଏକ ସାକ୍ଷାତକାରରେ ତେଜପ୍ରତାପ କହିଥିଲେ ଯେ , ସେ ଜଣେ ସିଧାସାଧା ଗାଁ ପରିବେଶରେ ବଢିଥିବା ଯୁବକ ଏବଂ ସେ ଐଶ୍ୱର୍ଯ୍ୟାଙ୍କ ଭଳି ସହରରେ ବଢିଥିବା ଝିଅଙ୍କ ସହ ପୁରା ଜୀବନ ବିତାଇପାରିବେ ନାହିଁ । କିନ୍ତୁ ପରିବାରର ଚାପରେ ଆସି ସେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ।

Comments are closed.