ବାତ୍ୟାର ତିନି ଦିନ ପରେ ବି ଆସୁନି କୌଣସି ସୁଧାର ! ପାଣି ଓ ବିଜୁଳି ପାଇଁ ଡ଼ହଳବିକଳ ରାଜଧାନୀବାସୀ । 

108

ଭୟଙ୍କର ବାତ୍ୟା ଫୋନିର କ୍ରୋଧରେ କୋଳାହଳ ପୂର୍ଣ୍ଣ ଭୁବନେଶ୍ୱର ଏବେ ଶାନ୍ତ ପଡିଯାଇଛି । କରେଣ୍ଟ, ପାଣି, ଖାଦ୍ୟ,ଏଟିଏମ୍ ,ଇଣ୍ଟନେଟ୍ ଭଳି ସେବାରୁ ବଚିଂତ ହୋଇଛନ୍ତି ରାଜଧାନୀ ବାସୀ । ନଳକୂପଟିଏ କେଉଁଠି ଦେଖିଲେ ପାଣି ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି ଲୋକ । ବାତ୍ୟାର ୩ ଦିନ ପରେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛି ସ୍ମାର୍ଟସିଟି । ପାଣି ଟୋପାଏ ପିଇବା ପାଇଁ ରାଜଧାନୀବାସୀ ରାତିରୁ ଲମ୍ବା ଲାଇନ୍ ଲଗାଇବା ସହ ଖରାରେ ଠିଆ ହୋଇ ପାଣି ବୋହୁଛନ୍ତି।

 

ଟ୍ୟୁବୱେଲ୍ ରେ ହାଣ୍ଡି,ମାଠିଆର ଲମ୍ବା ଲାଇନ୍ ଲାଗିରହିଛି । ପାଣି ସୁବିଧା ପାଇଁ ଭଡାରେ ଜେନେରେଟର୍ ଆଣି ଲୋକମାନେ ପ୍ରତି ଘଣ୍ଟାକୁ ୨ ହଜାର ଟଙ୍କା ଦେଇ ପାଣି ଉଠାଉଛନ୍ତି । ତେବେ ଏଭଳି ସ୍ଥିିତି ସୁଧୁରିବାକୁ ଆହୁରି ଏକ ସପ୍ତାହ ଲାଗି ଯାଇପାରେ ବୋଲି ଆକଳନ କରାଯାଉଛି ।