ପଶ୍ଚିମବଙ୍ଗ ଜୁନିୟର୍ ଡାକ୍ତରଙ୍କ ସହ ହୋଇଥିବା ମାରପିଟ୍ ଘଟଣାରେ ଆରମ୍ଭ ହୋଇଥିବା ଧର୍ମଘଟର ବହ୍ନି ଏବେ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଯାଏଁ ପହଂଚି ଯାଇଛି । ପଶ୍ଚିମବଙ୍ଗରେ ଡାକ୍ତର ରୋଗୀଙ୍କୁ ତ ଦେଖୁଛନ୍ତି କିନ୍ତୁ ତତ୍ ସହିତ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ପଶ୍ଚିମବଙ୍ଗ ହସ୍ପିଟାଲରେ ଡାକ୍ତରମାନେ ନିଜ ମୁଣ୍ଡରେ ପଟି ବାନ୍ଧି ଏବଂ ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏହାସହ ଡାକ୍ତରମାନେ ନିଜକୁ ଆତଙ୍କବାଦୀ ନଥିବା କଥା ମଧ୍ୟ କହିଛନ୍ତି ।
ବଙ୍ଗଳାରେ ଡାକ୍ତରଙ୍କ ପ୍ରଭାବ ଏବେ ସମ୍ପୁର୍ଣ୍ଣ ଦେଶରେ ପଡିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ,ଉତ୍ତରପ୍ରଦେଶ,ମହାରାଷ୍ଟ୍ର,ଏମପି, ସମେତ ଦେଶର ଅନେକ ସ୍ଥାନରେ ଡାକ୍ତରମାନେ କାମ କରିବା ବନ୍ଦ କରିଦେଇଛନ୍ତି । ଏହି ଡାକ୍ତରଖାନାରେ ଓପିଡି ବନ୍ଦ ହେବା କାରଣରୁ ରୋଗୀ ନାହିନଥିବା ଅସୁବିଧା ଭୋଗୁଛନ୍ତି । ପଶ୍ଚିମବଙ୍ଗର ଏହି ଘଟଣା ପରେ ଗୁରୁବାର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ର ଡାକ୍ତର ମୁଣ୍ଡରେ ପଟ୍ଟି ବାନ୍ଦି ପ୍ରଦର୍ଶନ କରିଛନ୍ତି । ଏଭଳି ସ୍ଥିିତିିରେ ରୋଗ ସହ ସଂଘର୍ଷ କରୁଥିବା ରୋଗୀ ଏବଂ ତାଙ୍କ ଜ୍ଞାତି ପରିଜନ କଷ୍ଟ ଭୋଗୁଛନ୍ତି । ମାମଲା ଏତେ ଆଗକୁ ବଢି ଯାଇଛି ଯେ କଥା ଅଦାଲତକୁ ପହଁଚି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/DOCT-1.jpg)
/kanak/media/post_attachments/wp-content/uploads/2019/06/doctor-1-1-300x200.jpeg)
/kanak/media/post_attachments/wp-content/uploads/2019/06/DE23HELMET-300x169.jpg)