୧୯୮୩ ବିଶ୍ୱକପ୍ କ୍ରିକେଟରେ ନାୟକ ସାଜିଥିବା ୟଶପାଲ ଶର୍ମାଙ୍କ ଦେହାନ୍ତ । ଖବର ଶୁଣି କାନ୍ଦିପକାଇଲେ କପିଲ ଦେବ

110

କନକ ବ୍ୟୁରୋ : ୧୯୮୩ ମସିହା ବିଶ୍ୱକପ୍ କ୍ରିକେଟରେ ଭାରତ ପାଇଁ ନାୟକ ସାଜିଥିବା କ୍ରିକେଟର ୟଶପାଲ ଶର୍ମାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ୬୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୩ ଟି ପିଲା ଅଛନ୍ତି । ଏହି ଖବର ପାଇବା ପରେ ଏକ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ କାନ୍ଦି ପକାଇଥିଲେ । ସେ କହିଥିଲେ କି ସେ ବିଶ୍ୱାସ କରିପାରୁ ନାହାନ୍ତି ୟଶପାଲ ଆଉ ତାଙ୍କ ଗହଣରେ ନାହାନ୍ତି ।

କହିରଖୁ କି ୟଶପାଲ ତାଙ୍କର ଅର୍ନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୩୭ ଟି ମ୍ୟାଚ୍ ଖେଳି ୧୬୦୬ ରନ କରିଥିଲେ । ସେହିଭଳି ୪୨ ଟି ଏକଦିବସୀୟ ମ୍ୟାଚ ଖେଳି ୮୮୩ ରନ କରିବାରେ ସଫଳ ହୋଇଥିଲେ । ବିଶେଷକରି ସେ ତାଙ୍କର ଲଢୁଆ ଗୁଣ ପାଇଁ ବେସ୍ ପରିଚିତ ଥିଲେ । ୧୯୮୩ ମସିହା ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୟଶପାଲଙ୍କ ଅର୍ଦ୍ଧଶତକୀୟ ପାଳି ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ରହିଥିବ । କେବଳ ସେତିକି ନୁହେଁ ସେ ଭାରତୀୟ କ୍ରିକେଟ ଟିମର ରାଷ୍ଟ୍ରୀୟ ଚୟନ କର୍ତ୍ତା ବି ଥିଲେ ।

ୟଶପାଲ ଶର୍ମା ୧୯୭୮ ରେ ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିଥିଲେ ଓ ଶେଷଥର ପାଇଁ ୧୯୮୫ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳି କ୍ରିକେଟରୁ ଅବଶର ନେଇଥିଲେ । ସବୁଠାରୁ ବଡକଥା ସେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚରେ କେବେ ବି ଶୂନ୍ୟରେ ଆଉଟ ହୋଇ ନଥିଲେ ।