ଏମିତି ଏକ ଘଟଣା ଯେବେଠୁ ବଦଳି ଯାଇଥିଲା ପୂରା କ୍ରିକେଟ ଦୁନିଆ । ଆରମ୍ଭ ହୋଇଥିଲା ଫିଲ୍ଡିଂକୁ ନେଇ ନିୟମ । ଜାଣନ୍ତୁ କଣ ହୋଇଥିଲା ସେହି ମ୍ୟାଚରେ ।

245

କନକ ବ୍ୟୁରୋ: କ୍ରିକେଟ ଖେଳ ଏବେ ସମସ୍ତଙ୍କ ପ୍ରିୟ । ପ୍ରତି କୋଣ ଅନୁକୋଣରେ କ୍ରିକେଟ ଖେଳ ପ୍ରତି ଉତ୍ସାହ ଦେଖିବାକୁ ମିଳିଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଖେଳରେ ଅନେକ ନିୟମ ରହିଥାଏ । ଏହି ନିୟମ ଅନୁସାରେ କ୍ରିକେଟ ଖେଳିବାକୁ ହୁଏ । ହେଲେ କେବେ ଭାବିଛନ୍ତି କି ଏହି ନିୟମ କେବେ ଆଉ କେମିତି ହୋଇଥିଲା । ଆମେ ଆଜି ଆପଣକୁ ଏହି ନିୟମ ବିଷୟରେ କହିବୁ ଯାହାକି କ୍ରିକେଟର ଦୁନିଆକୁ ପୂରା ବଦଳାଇ ଦେଇଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆରମ୍ଭରୁ କ୍ରିକେଟରେ ଫିଲ୍ଡିଂକୁ ନେଇ କୌଣସି ନିୟମ ନଥିଲା । ଅର୍ଥାତ ନିୟମ କେବଳ ବୋଲିଂ ଆଉ ବ୍ୟାଟିଂକୁ ନେଇ ଥିଲା । ଆଉ ଏମତି ଏକ ଘଟଣା ଘଟିଲା ସେବେଠୁ ଏହି ଫିଲ୍ଡିଂ ଇତିହାସ ଆରମ୍ଭ ହୋଇଥିଲା । ୨୮ ନଭେମ୍ବର ୧୯୭୯ ମସିହାର କଥା । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବେସନ ଓ ହେଜେଜ ସିରିଜ ଚାଲୁଥାଏ । ଏହି ମ୍ୟାଚ ସିରିଜର ଦ୍ୱିତୀୟ ମ୍ୟାଚ ଥିଲା ଯାହା ସିଡନୀରେ ଖେଳାଯାଉଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୧୧ ରନ କରିଥିଲା । ହେଲେ ବର୍ଷା ଯୋଗୁଁ ୱେଷ୍ଟଇଣ୍ଡିଜକୁ ନୂଆ ଟାର୍ଗେଟ ଦିଆଯାଇଥିଲା । ନୂଆ ଟାର୍ଗେଟ ହିସାବରେ ୪୭ ଓଭରରେ ଇଣ୍ଡିଜ ଦଳକୁ ୧୯୯ ରନ କରିବାର ଥିଲା ।

ମ୍ୟାଚ ଚାଲିଥିଲା । ହେଲେ ମ୍ୟାଚ ଶେଷ ମୁହୂର୍ତ୍ତରେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା । ଶେଷ ବଲରେ ୱେଷ୍ଟଇଣ୍ଡିଜକୁ ମାତ୍ର ୩ ରନ ଦରକାର ଥିଲା । ଏହି ସମୟରେ ଇଂଲଣ୍ଡ ପକ୍ଷରୁ ଇୟନ ବାଥମ ବୋଲିଂ କରୁଥାନ୍ତି । ଇୟନ ବାଥମଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲର ଭାବେ ଗଣାଯାଉଥିଲା । କାରଣ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ କେବେ ବି ନୋ ବଲ ପକାଇ ନଥିଲେ ।

ଇଲଣ୍ଡ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ପ୍ରଥମ ମ୍ୟାଚ ଇଂଲଣ୍ଡ ହାରି ସାରିଥିଲା । ସେହି ସମୟରେ ଇଲଣ୍ଡର ଅଧିନାୟକ ମାଇକ ବ୍ରିଏରଲେ ଏଭଳି କାମ କରିଥିଲେ ଯାହାକୁ ନେଇ ପୂରା କ୍ରିକେଟ ଜଗତ ଚିନ୍ତାରେ ପଡି ଯାଇଥିଲା । ଶେଷ ବଲରେ ଇଣ୍ଡିଜକୁ ୩ ରନ ଦରକାର ହେଉଥାଏ । ଅର୍ଥାତ ଦୌଡିକି ବି ଏହି ରନ ପୂରଣ କରିହେବ । ସେହି ସମୟରେ ବ୍ରିଏରେଲ ୱିକେଟ କିପରଙ୍କ ସହ ସମସ୍ତ ୧୦ ଜଣ ଫିଲ୍ଡରଙ୍କୁ ବାଉଣ୍ଡ୍ରି ପାଖକୁ ନେଇ ଯାଇଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଶେଷରେ ଏହି ଇଂଲଣ୍ଡ ଏହି ମ୍ୟାଚରେ ବିଜୟୀ ହୋଇଥିଲା । କାରଣ ଶେଷ ବଲରେ ଇଣ୍ଡିଜ ୨ ରନ ହିଁ କରିପାରିଥିଲା । ଆଉ ବ୍ରିଏରେଲ ଆରମ୍ଭ କରିଥିବା ଫିଲ୍ଡଂ ନିୟମ ସଫଳ ହୋଇଥିଲା । ସେବେଠୁ ନିଷ୍ପତ୍ତି ହୋଇଥିଲା ଯେ ଫିଲ୍ଡିଂକୁ ନେଇ ନିୟମ ତିଆରି ହେବ । ୧୯୮୦ ମସିହାରୁ ଫିଲ୍ଡିଂ ନିୟମ ଆରମ୍ଭ ହୋଇଥିଲା । ପ୍ରଥମ ଫିଲ୍ଡିଂ ନିୟମ ୧୯୮୦ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚରେ ଲାଗୁ ହୋଇଥିଲା ।