କନକ ବ୍ୟୁରୋ : ରାଜ୍ୟରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ରାଜ୍ୟରେ ବାଘ ଓ ହାତୀଙ୍କ ସଂଖ୍ୟା କେତେ ଏବଂ କେଉଁ ପ୍ରଜାତିର ବାଘ ରହିଛନ୍ତି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସର୍ବଶେଷ ହାତୀ ଗଣନା ଅନୁଯାୟୀ, ରାଜ୍ୟରେ ୧୯୭୬ ସଂଖ୍ୟକ ହାତୀ ରହିଛନ୍ତି । ସେହିପରି ବାଘ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୮୦ ସଂଖ୍ୟକ ବାଘ ରହିଛନ୍ତି । ଉକ୍ତ ବାଘଙ୍କ ମଧ୍ୟରୁ ୨୦ଟି ମହାବଳ ବାଘ ଥିବା ବେଳେ ୭୬୦ କଲରାପତରିଆ ବାଘ ରହିଛନ୍ତି ।
ସେହିଭଳି ଗୃହରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଗତ ୮ ବର୍ଷରେ ରାଜ୍ୟରେ ୬୯୮ ଗୋଟି ହାତୀ, ୪୮ କଲରାପତରିଆ ବାଘ ଓ ୭ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/bheema-Tiger-1024x660-1.jpg)