କନକ ବ୍ୟୁରୋ : ବିପର୍ଯ୍ୟୟ ଆଣିପାରେ ବିପତ୍ତି । ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ମଧ୍ୟ ପୂର୍ବ ଆରବ ସାଗରେ ବର୍ତମାନ ଘଂଟାପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ମୁର୍ହାଁ ହେଉଛି । ଏହା ବର୍ତମାନ ଉତର ଦିଗରେ ଗତି କରୁଛି । ମୁମ୍ବାଇଠାରୁ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୬୦୦ କିଲୋମିଟରେ ଦୂରରେ ରହିଛି ବିପର୍ଯ୍ୟୟ । ସେହିପରି ଗୁଜରାଟର ପୋରବନ୍ଦର ଠାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମଠାରୁ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ ପାକିସ୍ତାନର କରାଚୀଠାରୁ ୮୯୦ କିଲୋମିଟର ଦକ୍ଷିଣରେ ରହିଛି ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୨ଘଂଟା ମଧ୍ୟରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ଉତ୍ତର ଓ ପୂର୍ବଉତ୍ତର ଦିଗରେ ଗତି କରିପାରେ ଓ ପରବର୍ତ୍ତୀ ୩ଦିନ ଉତ୍ତର ଓ ପଶ୍ଚିମ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି । ପରେ ଏହା ପାକିସ୍ତାନ ମୁହାଁ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ କେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେ ବିଷୟରେ ଆଇଏମଡି କୌଣସି ସୂଚନା ଦେଇନି ।
ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡରେ ରୂପ ନେବା ପରେ ଏହି ବାତ୍ୟା ପ୍ରଭାବରେ ପବନର ଘଣ୍ଟା ପ୍ରତି ଗତି ୧୬୫ରୁ ୧୭୫କିଲୋମିଟର ଓ ସ୍ଥଳ ବିଶେଷରେ ୧୯୫ କିଲୋମିଟର ଛୁଇଁପାରେ । ସୌରାଷ୍ଟ୍ର ଓ କଛ ଉପକୂଳରେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ୫୦ରୁ ୬୦ କିଲୋମିଟର ଓ ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଇଏମଡି ଆକଳନ କରିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ଓ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Cyclone_in_Mumbai-Navjivan-750x430-1.jpg)